ରାଜ୍ୟ ବିଜେପି ସଂକଳ୍ପପତ୍ର ସମିତି ଘୋଷଣା

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପ୍ରସ୍ତୁତି ସ୍ୱରୂପ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ ରାଜ୍ୟ ସଂକଳ୍ପପତ୍ର ସମିତି ଘୋଷଣା କରାଯାଇଛି ।
ଏହି ସମିତିର ଅଧ୍ୟକ୍ଷ ରୂପେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବାବେଳେ ବରିଷ୍ଠ ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ସୁଦର୍ଶନ ନାୟକ ଆବାହକ ରୂପେ କାର୍ଯ୍ୟ ସଂପାଦନ କରିବେ ।
ଏହି ସମିତିରେ ସଦସ୍ୟ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସୁରମା ପାଢୀ, ପ୍ରଦୀପ ନାୟକ, ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ, ଅବସର ପ୍ରାପ୍ତ ପ୍ରଶାସକ ଅଶୋକ ତ୍ରିପାଠୀ, ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା, ଟ୍ରାଇଫେଡ୍ (ଞଜଓୠଋଊ)ର ପୂର୍ବତନ ଅଧ୍ୟକ୍ଷା ସୁକେଶୀ ଓରାମ, ପୂର୍ବର୍ତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ସ୍ତମ୍ଭକାର ଦିଲ୍ଲୀପ ରାଜ ବେହେରା, ଶିକ୍ଷାବିତ୍ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଚିକିତ୍ସିକା ଡାଃ. ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।