Odisha Link
Bridging the Missing Links in Odisha

ବିଜେଡ଼ିରେ ଯୋଗଦେଲେ ରାମ ସୋରେନ୍ ଓ ଶଶି ସାହୁ

ଭୁବନେଶ୍ବର: ମୟୁରଭଞ୍ଜ ଜିଲ୍ଲା ସାରସକଣା ବିଧାନସଭା ନିର୍ବାଚନ ମଣ‌ଡଳୀର ସମ୍ଭାବ୍ୟ ବିଜେପି ପ୍ରାର୍ଥୀ ତଥା ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି ରାମ କୁମାର ସୋରେନ୍ ବିଜେଡିରେ ଯୋଗ ଦେଇଛନ୍ତିି।

ଅନୁରୂପ ଭାବେ ବାଲେଶ୍ବର ଜିଲ୍ଲା ସିମୁଳିଅ‍ା ନିର୍ବାଚନ ମଣ୍ଡଳୀର ବିଜେପି ଅ‍ାଶାୟୀ ଶଶି କୁମାର ସାହୁ ମଧ୍ୟ ଏକ ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହାେଇଛନ୍ତି।

ନିଜର ସହସ୍ରାଧିକ ସମର୍ଥକଙ୍କ ଗହଣରେ ଅ‍ାସି ରାମ କୁମାର ସୋରେନ୍ ନବୀନ ନିବାସରେ ପହଞ୍ଚିଥିଲେ। ନବୀନ ପଟ୍ଟନାୟକଙ୍କୁ ନିଜର ସର୍ବମାନ୍ୟ ନେତା ଭାବେ ଗ୍ରହଣ କରିବା ସହ ବିଜେଡି ସରକାରର ଉନ୍ନୟନମୂଳକ ପଦକ୍ଷେପର ପ୍ରଶଂସା କରିଥିଲେ।

ବାଲେଶ୍ବରର ଖଇରା ବ୍ଲକ ଠାରେ ବିଜେଡିର ମିଶ୍ରଣ ପର୍ବରେ ଶଶି କୁମାର ସାହୁ ନିଜର ସହସ୍ରାଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହାେଇଥିଲେ। ଏଥିରେ ବରିଷ୍ଠ ମନ୍ତ୍ରୀ ଶଶିଭୂଷର ବେହେରା, ସିମୁଳିଅ‍ା ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ମଧ୍ୟ ଉପସ୍ଥିତି ଥିଲେ।

Comments are closed.