ବିଜେଡି ଛାଡ଼ିଲେ ସାଂସଦ, ବିଧାୟକ

ଭୁବନେଶ୍ବର: ବିଜେଡି ଛାଡ଼ିଛନ୍ତି ଦଳୀୟ ସାଂସଦ ବଳଭଦ୍ର ମାଝୀ ଓ ବିଧାୟକ ସୁକାନ୍ତ ନାୟକ। ମାଝୀ ଗତକାଲି ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ଦେଇଥିବା ବେଳେ ଆଜି ଇସ୍ତଫା ଦେଇଛନ୍ତି ସୁକାନ୍ତ।
ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସେ ନିଜ ଅଞ୍ଚଳରେ ବହୁ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି। ତେବେ ଦଳ ଭିତରେ କ୍ରମଶଃ ସେ ଅଲୋଡ଼ା ହେବା ପରି ଅନୁଭବ କରୁଛନ୍ତି
ତାଙ୍କ ନିଜ ଅଞ୍ଚଳରେ କୌଣସି କାର୍ଯ୍ୟକ୍ରମ ବା ଦଳୀୟ ନେତାଙ୍କ ଗସ୍ତ ବାବଦରେ ତାଙ୍କୁ ଆଦୌ ସୂଚନା ଦିଆଯାଉନାହିଁ ଅଥବା ଶେଷ ମୁହୂର୍ତ୍ତରେ ଦିଆଯାଉଛି। ଅନ୍ୟଦଳରେ ମିଶିବା ନେଇ ସେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ସାଂସଦ ଟିକେଟ ପ୍ରତି ତାଙ୍କର ମୋହ ନଥିବା ସେ ସ୍ପଷ୍ଟ କରିଛନ୍ତି।
ଅନ୍ୟପଟେ ନିଳଗିରି ବିଧାୟକ ସୁକାନ୍ତ ନାୟକ ଦଳର ଜିଲ୍ଲା ସଭାପତିଙ୍କ ଉପରେ ନିଜର ଅସନ୍ତୋଷ ପ୍ରକାଶ କରି ବିଜେଡିରୁ ଇସ୍ତଫା ଦେଇଛନ୍ତି। ନିଜ ଜିଲ୍ଲାରେ ନିଜ ଦଳ ଭିତରେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ବଢ଼ିଛି ଓ ସେ ଭୀଷଣ ମାନସିକ ପୀଡ଼ା ଭୋଗିଥିବା କହିଛନ୍ତି ସୁକାନ୍ତ।