Odisha Link
Bridging the Missing Links in Odisha

ଦାମ ରାଉତଙ୍କ ସହ ଲଢ଼ିବେ ପୁଅ ସମ୍ବିତ!

ଭୁବନେଶ୍ବର: ଆବଶ୍ୟକ ପଡ଼ିଲେ ବାପାଙ୍କ ବିପକ୍ଷରେ ଲଢ଼ିବି। ବାପା ଯଦି ବିଜେପିରୁ ପ୍ରାର୍ଥୀ ହୁଅନ୍ତି ତେବେ ତାଙ୍କ ବିରୋଧରେ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇବାକୁ ମୁଁ ପ୍ରସ୍ତୁତ।

ପୂର୍ବତନ ବିଜେଡି ନେତା ଦାମୋଦର ରାଉତ ଗତକାଲି ବିଜେପିରେ ଯୋଗଦେବା ପରେ ଏପରି ଦୃଢ଼ୋକ୍ତି ବାଢ଼ିଛନ୍ତି ତାଙ୍କ ପୁଅ ସମ୍ବିତ ରାଉତ। ବିଜେଡି ସୁଯୋଗ ଦେଲେ ବାପାଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ ସେ ତିଆର ବୋଲି ସ୍ପଷ୍ଟ କରିଛନ୍ତିି ସମ୍ବିତ।

ସମ୍ବିତ କହିଛନ୍ତି,

ବାପା ବିଜେପିରେ ମିଶିବା ମୋ ପାଇଁ କୌଣସି ବ୍ୟତିକ୍ରମ ବା ଅଡ଼ୁଆ ପରିସ୍ଥିତି ଉପୁଜାଇବ ନାହିଁ। ପରିବାର ଓ ରାଜନୀତି ଭିନ୍ନ କଥା। ମୁଁ ମୋ ଦଳ ବିଜେଡି ସହିତ ରହିଛି ଓ ଶେଷ ପର୍ଯ୍ୟନ୍ତ ରହିଥିବି। ଯଦି ମୋତେ ଦଳ ପାରାଦୀପରୁ ପ୍ରାର୍ଥୀ କରେ ଓ ବାପା ସେଠାରେ ବିଜେପି ଟିକେଟରେ ଲଢ଼ନ୍ତି ତାଙ୍କୁ ମୁକାବିଲା କରିବାକୁ ମୁଁ ପ୍ରସ୍ତୁତ ଅଛି।

ଗତକାଲି ଏପଟେ ସଂଧ୍ୟାରେ ଦାମୋଦର ରାଉତ ଦିଲ୍ଲୀରେ ବିଜେପି ମିଶ୍ରଣ ପର୍ବରେ ଥିବା ବେଳେ ଦିନ ତମାମ୍‌ ନବୀନ ନିବାସରେ ଡେରା ପକାଇଥିଲେ ପୁଅ ସମ୍ବିତ। ପାରାଦୀପ ପାଇଁ ଟିକେଟ ଆଶାୟୀ ସମ୍ବିତ ବାପାଙ୍କର ରାଜନୈତିକ ନିଷ୍ପତ୍ତିରେ ହସ୍ତକ୍ଷେପ କରନ୍ତିନାହିଁ ବୋଲି କହିଛନ୍ତି।

Comments are closed.