ବିଜେଡିରେ ମିଶିଲେ କବି ହୁସେନ ରବି ଗାନ୍ଧୀ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ବରିଷ୍ଠ କବି ହୁସେନ୍ ରବି ଗାନ୍ଧୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।
ଗାନ୍ଧୀ ପୂର୍ବରୁ ମଧ୍ୟ ବିଜେଡିରେ ଥିଲେ। ସେ ରାଜ୍ୟ ସରକାରଙ୍କ ମାସିକ ପତ୍ରିକା ଉତ୍କଳ ପ୍ରସଙ୍ଗର ସଂପାଦକ ସାଙ୍ଗକୁ କିଛି କାଳ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ମଧ୍ୟ ଥିଲେ।
ଆଜି ପୂର୍ବାହ୍ନରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ନବୀନ ନିବାସ ଠାରେ ଦଳରେ ବିଦ୍ଧିବଦ୍ଧ ଯୋଗ ଦେଇଛନ୍ତି।
ଲୋକସଭା ଆସନ ପାଇଁ ସେ ଆଶାୟୀ ଥିବା ଦଳୀୟ ମହଲରୁ ଜଣାପଡ଼ୁଛି।