ପୁରୀରେ ପଦ୍ମ ନୁହେଁ, ଫୁଟିବ ଶଙ୍ଖ: ସମ୍ବିତ ପାତ୍ର

ପୁରୀ: କହୁ କହୁ କହିଦେଲେ ବିଜେପିର ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ପଦ୍ମ ବଦଳରେ ପାଟିରୁ ବାହାରି ପଡ଼ିଲା ବିଜୁ ଜନତା ଦଳର ଦଳୀୟ ସଙ୍କେତ ଶଙ୍ଖର ପ୍ରଶସ୍ତି।
ଗଣମାଧ୍ୟମରେ ମତ ରଖିଲା ବେଳେ ସମ୍ବିତ କହିଛନ୍ତି ଯେ, ପୁରୀରେ ଏଥର ଶଙ୍ଖ ଫୁଟିବ। ନିଜ ବକ୍ତବ୍ୟରେ ଗତକାଲି ସଂଧ୍ୟାରେ ଏଭଳି କହିଛନ୍ତି ସମ୍ବିତ।
ସମ୍ବିତ କହିଥିଲେ ଯେ ପୁରୀ ଭୂମିରେ ଅପରାଧ ନ ହେଉ, ଗୁଳି ନ ଚାଲୁ, ବୋମା ନ ଫୁଟୁ। ପୁରୀରେ କେବଳ ଶଙ୍ଖ ଫୁଟୁ ବୋଲି ସମ୍ବିତ ନିଜ ବକ୍ତବ୍ୟରେ କହିଥିଲେ।
ତେବେ ପଦ୍ମ ବଦଳରେ ତାଙ୍କ ପାଟିରୁ ଭୁଲବଶତଃ ଶଙ୍ଖ ଶବ୍ଦ ବାହାରି ପଡ଼ିଛି ବୋଲି ବିଜେପି କର୍ମୀ କହୁଥିବା ବେଳେ, ସମ୍ବିତ ସତ ଓଗାଳିଛନ୍ତି ବୋଲି ବିଜେଡି କର୍ମୀମାନେ ମତ ରଖିଛନ୍ତି।