Odisha Link
Bridging the Missing Links in Odisha

ମେ ୧ରୁ ଜୁଲାଇ ୩୧ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡ଼ା: ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ମେ ପହିଲାରୁ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିବ। ପୁଣି ଜୁଲାଇ ୩୧ ଠାରୁ ଯଥାରୀତି ଅଭୟାରଣ୍ୟ ସର୍ବସାଧାରଣଙ୍କ ପାଇଁ ମୁକ୍ତ ରହିବ। କୁମ୍ଭୀର ପ୍ରଜନନ ଋତୁ ଆରମ୍ଭ ହେଉଥିବାରୁ ବିଭାଗୀୟ କର୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି।

ଏହି ସମୟରେ ନଦୀ ନାଳମାନଙ୍କରେ ଥିବା କୁମ୍ଭୀରମାନେ ବସା ବାନ୍ଧି ଅଣ୍ଡା ଦେବେ। ସେମାନଙ୍କର ମିଳନପର୍ବ ଓ ଅଣ୍ଡାଦେବା ପ୍ରକ୍ରିୟାରେ ବାଧା ନ ଉପୁଜିବା ପାଇଁ ରାଜନଗର ବନଖଣ୍ଡ ପକ୍ଷରୁ ଜୁଲାଇ ୩୧ପର୍ଯ୍ୟନ୍ତ ଏଭଳି ବନ୍ଦ ରଖାଯିବା ପାଇଁ ନିର୍ଦ୍ଧେଶ ଜାରୀ ହୋଇଛି।

ମା’ କୁମ୍ଭୀର ଅଣ୍ଡା ଦେଇସାରିବା ପରେ ଅଣ୍ଡାକୁ ସୁରକ୍ଷା ଦେବା ପାଇଁ ସେଠାରେ ଜଗି ରହିଥାଏ। ଏହି ସମୟରେ ସେ ହିଂସ୍ର ହୋଇ ଉଠିଥାଏ। ଏହି ସମୟ ମଧ୍ୟରେ ପର୍ଯ୍ୟଟକମାନଙ୍କୁ ଭିତରକନିକା ଜାତୀୟ ଉଦ୍ୟାନକୁ ନଆସିବା ପାଇଁ ବାରଣ କରାଯାଇଥାଏ।

Comments are closed.