୯ ଜିଲ୍ଲାରେ ୩ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ସମ୍ଭାବନା

ଭୁବନେଶ୍ବର: ଚଳିତବର୍ଷ ପ୍ରଥମଥର ଲାଗି ଟିଟିଲାଗଡ଼ରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି ଛୁଇଁଛି। ବଲାଙ୍ଗୀର ତାପମାତ୍ରା ବି ୪୩ ଡିଗ୍ରିରେ ପହଞ୍ଚିଛି। ରାଜ୍ୟର ମୋଟ ୧୧ଟି ସହରର ତାପମାତ୍ରା ୪୦ଡିଗ୍ରି ଉପରେ ଥିବା ବେଳେ ଝାରସୁଗୁଡ଼ା, ଭବାନୀପାଟଣା, ମାଲକାନଗିରି, ସୋନପୁର ୪୨ଡିଗ୍ରି ପାର୍ ହୋଇଛି।