ଫନି ଝଡ଼, ପୁରୀରେ ଜଣେ ମୃତ

ପୁରୀ: ଆଜି ସକାଳ ୮ଟାରୁ ଅତ୍ୟନ୍ତ ଭୟଙ୍କର ଝଡ଼ ଫନିର ତାଣ୍ଡବ ଓଡ଼ିଶା ଉପକୂଳରେ ଜାରି ରହିଥିବା ବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପୁରୀ ଜିଲ୍ଲା। ପୁରୀରେ ଫନି ପ୍ରଭାବରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।
ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅଞ୍ଚଳରେ ପ୍ରବଳ ପବନରେ ଗଛ ଉପୁଡ଼ି ଉପରେ ପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।
ପୁରୀର ବିଭିନ୍ନ ଅଞ୍ଚଳରେ ଗଛ, ଘର ଛପର ଆଦି ଉଡ଼ି ଯାଇଛି। ବର୍ଷା ପ୍ରଭାବରେ କିଛି ଗାଁ ଜଳମଗ୍ନ ହୋଇଥିବା ଖବର ଆସୁଛି।