Odisha Link
Bridging the Missing Links in Odisha

ଭିନ୍ନ ଢଙ୍ଗରେ ଯୋଗ ଦିବସ ପାଳନ କଲେ ଯବାନ

ନୂଆଦିଲ୍ଲୀ: ଆଜି ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଆଜି ସମଗ୍ର ବିଶ୍ୱ ପାଳନ କରୁଛି ବିଶ୍ବ ଯୋଗ ଦିବସ। ଦେଶର ବିଭିନ୍ନ ଅଞ୍ଚଳରେ ଯୋଗ ଦିବସକୁ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ମୋଦି ସାମିଲ ହୋଇଛନ୍ତି। ପ୍ରାୟ ୩୦ ହଜାର ଲୋକ ମୋଦିଙ୍କ ସହ ଯୋଗାଭ୍ୟାସ କରିଛନ୍ତି। ସେଥିରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି।

ଏହି ଯୋଗ ଦିବସ ଅବସରରେ ଆଇଟିବିପି ଜବାନମାନରେ ଭିନ୍ନ ଧରଣର ଯୋଗ କରି ଚର୍ଚ୍ଚାରେ। ଦେଶର କୋଣ ଅନୁକୋଣରେ ଯବାନମାନେ ଯୋଗ ଦିବସକୁ ସ୍ମରଣୀୟ କରିବା ପାଇଁ ପାଳନ କରିଛନ୍ତି ଯୋଗ ଦିବସ। ଏହି ଯୋଗ ଦିବସକୁ ସ୍ମରଣୀୟ କରିବା ପାଇଁ ଅରୁଣାଚଳ ପ୍ରଦେଶରେ ୯ମ ବାଟାଲିୟନର ଆଇଟିବିପି ଯବାନମାନେ ଏଭଳି ପ୍ରୟାସ କରିଛନ୍ତି। ସେମାନେ ଆଜି ଦିଗାରୁ ନଦୀରେ ଯୋଗ କରିଛନ୍ତି। ଏହି ଯୋଗ କାର୍ଯ୍ୟକ୍ରମରେ ଶତାଧିକ ଯବାନ ସାମିଲ ହୋଇଛନ୍ତି।

ସେହିପରି ଏଟିଏସ ଲୋହିତପୁରରେ ଆଇଟିବିପିର ଯବାନମାନେ ଯୋଗ କରୁଥିବା ବେଳେ ସାଥୀରେ କୁକୁରମାନେ ଥିବାର ଦେଖିବାକୁ ମିଳିଛି।

ହିମାଚଳ ପ୍ରଦେଶର ରୋହତଙ୍ଗ ପାସରେ ମାଇନସ୍ ୨୦ ଡିଗ୍ରୀ ତାପମାତ୍ରାରେ, ସମୁଦ୍ର ପତନଠାରୁ ୧୪୦୦୦ ଫୁଟ ଉଚ୍ଚରେ ଯବାନମାନେ ଯୋଗ କରିଛନ୍ତି।

 

ସିକ୍କିମରେ ଆଇଟିବିପିର ଯବାନମାନେ ଓପି ଦୋରଜିଆଠାରେ ୧୯୦୦୦ ଫୁଟ ଉଚ୍ଚ ପାହାଡରେ ଯୋଗ କରିଛନ୍ତି। ସେହି ସ୍ଥାନରେ ଏବେ ତାପମାତ୍ରା ମାଇନସ ୧୫ ଡିଗ୍ରୀ ସେଲସିୟସ ଥିବା ଜଣାଯାଇଛି।


ଲଦାଖରେ ମାଇନସ ୨୦ ଡିଗ୍ରୀ ତାପମାତ୍ରାରେ ଆଇଟିବିପିର ଯବାନମାନେ ୧୮୦୦୦ ଫୁଟ ଉପରେ ଯୋଗ କରି ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛନ୍ତି।


ଠିକ୍ ସେହିପରି ଛତିଶଗଡ଼ର ନକ୍ସଲ ପ୍ରଭାବିତ ଅଂଚଳରେ ଆଇଟିବିପିର ଯବାନମାନେ ଯୋଗ କରିଛନ୍ତି। ଯବାନମାନେ ବଣ ପାହାଡ଼ ଘେରା କୋଣ୍ଡାଗାଓଁଠାରେ ଯୋଗ ଅଭ୍ୟାସ କରିଛନ୍ତି। ସେହିଭଳି ଜମ୍ମୁ କଶ୍ମୀରର ଲେହ ଠାରେ ମଧ୍ୟ ଯବାନମାନେ ଯୋଗ କରିଥିବା ଜଣାଯାଇଛି।

 

Comments are closed.