Odisha Link
Bridging the Missing Links in Odisha

୫ଟି ଭାଷାରେ ବକ୍ତବ୍ୟ ଦେଲେ ପ୍ରତାପ, ସଂସଦରେ କଣ କହିଲେ?

ନୂଆଦିଲ୍ଲୀ: ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ପୁଣି ଥରେ ଚର୍ଚ୍ଚାରେ। ଲୋକସଭାର ୧୭ତମ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରଥମେ ଧନ୍ୟବାଦ ଅଭିଭାଷଣ ଦେଇଛନ୍ତି। ଦୀର୍ଘ ୫୦ ମିନିଟ୍ ଧରି ଗୃହରେ ସେ ୫ ଟି ଭାଷା ଯଥା ଇଂରାଜୀ ,ହିନ୍ଦୀ ,ଓଡ଼ିଆ ,ସଂସ୍କୃତ ଓ ବଙ୍ଗଳା ଭାଷାରେ ନିଜର ବକ୍ତବ୍ୟ ରଖିଛନ୍ତି। ଅଭିଭାଷଣରେ ସେ କଂଗ୍ରେସ ସରକାରଙ୍କ ଦୁର୍ନୀତି ସଂପର୍କରେ କହିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ସମୟରେ ଦୁର୍ନୀତି ପରେ ଦୁର୍ନୀତି ହେଉଥିଲା। ପୂର୍ବରୁ ୨ଜି, ୩ଜିରେ ବୁଡି ରହିଥିଲା ସରକାର । ଏ ସବୁ କହିବା ପରେ ପ୍ରତାପ ଗୋପବନ୍ଧୁଙ୍କ ତ୍ୟାଗ ଓ ଉତ୍ସର୍ଗର କଥା ଉଠାଇଛନ୍ତି । ଏହାସହ ଆଜି ଦେଶରେ ମୋଦି ଲହରି ଖେଳିଛି ଏବଂ ଜନତା ମେଣ୍ଟ ସରକାରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଜେପି ଏକାକି ୩୦୦ ଆସନ ହାସଲ କରିବା ବଡ ଉପଲବ୍ଧି ବୋଲି ପ୍ରତାପ କହିଛନ୍ତି। ତେବେ ପ୍ରତାପଙ୍କ ଧନ୍ୟବାଦ ଭାଷଣ ସମୟରେ ବିରୋଧୀମାନେ ହଙ୍ଗାମା କରିଥିଲେ ।


ସୂଚନାଥାଉକି, ସଂସଦରେ କୌଣସି ସାଂସଦ ଆଜିପର୍ଯ୍ୟନ୍ତ ଏକାଧିକ ଭାଷାରେ ଭାଷଣ ଦେଇନାହାନ୍ତି, ଏକାଧିକ ଭାଷାରେ ଭାଷଣ ଦେବାରେ ପ୍ରତାପ ହେଲେ ଦେଶର ପ୍ରଥମ ସାଂସଦ। ଏହାଦ୍ବାରା ସାଂସଦରେ ଏକାଧିକ ଭାଷା କହିବା ପ୍ରଥମ ସାଂସଦର ଅଧିକାରୀ ହୋଇଛନ୍ତି ପ୍ରତାପ। ପୂର୍ବରୁ ତାଙ୍କର ନିଜର ସରଳ ନିଷ୍କପଟ ଜୀବନ ପାଇଁ ଦୁଇ ବିପକ୍ଷ କୋଟିପତି ଙ୍କୁ ହରାଇବା ସହିତ ରାତାରାତି ସୋସିଆଲ ମିଡିଆରେ ହିରୋ ପାଲଟିଯାଇଥିଲେ ପ୍ରତାପ। ତାପରେ ମୋଦିଙ୍କ ଦ୍ବିତୀୟ ଇନିଂସରେ ରାଷ୍ଟ୍ରମନ୍ତ୍ରୀ ଭାବେ ଏବେ ଦାୟିତ୍ବ ତୁଲାଉଛନ୍ତି।

Comments are closed.