Odisha Link
Bridging the Missing Links in Odisha

ସ୍ନାନ ମଣ୍ଡପରେ ବିଧାୟକଙ୍କୁ ଦର୍ଶନ କରାଇବା ଘଟଣା; ନିଲମ୍ବିତ ହେଲେ ୨ ସେବାୟତ

ପୁରୀ : ଶ୍ରୀଜିଉଙ୍କ ସ୍ନାନଯାତ୍ରାରେ ପୁରୀ ବିଧାୟକଙ୍କୁ ସ୍ନାନ ମଣ୍ଡପରେ ନେଇ ଦର୍ଶନ କରାଇବା ଘଟଣାରେ ସୋମବାର ୨ ଜଣ ସେବାୟତ ସୋମନାଥ ଖୁଣ୍ଟିଆ ଓ ରାଜାରାମ ଖୁଣ୍ଟିଆଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଲମ୍ବନ କରାଯାଇଛି।
ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ସେମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଏ ଘଟଣାରେ ଦୁଇ ସେବାୟତଙ୍କ ସହିତ ବିଧାୟକଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଥିଲା।ଦୁଇ ସେବାୟତଙ୍କ ନିଲମ୍ବନ ପରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ମିଳି ପାରି ନଥିବା ବେଳେ ଆଜି ସକାଳେ ସେ କହିଥିଲେ,“ଏହା ଫାଲତୁ କଥା। ମୁଁ ସବୁବର୍ଷ ସ୍ନାନଯାତ୍ରାକୁ ଯାଏ। ପ୍ରତିଦିନ ଶ୍ରୀଜିଉଙ୍କୁ ଦର୍ଶନ କରେ। ଏଥର ସ୍ନାନଯାତ୍ରାରେ ମୁଁ ଦିଅଁକୁ ଯାଇ ମୁଣ୍ଡିଆ ମାରିଲି, ମୁଁ କ’ଣ ଦିଅଁକୁ ଛୁଇଁଛି ନା, ଦିଅଁଙ୍କ ପାଖକୁ ଯାଇଛି। ମୁଁ ପାହାଚରେ ମୁଣ୍ଡିଆ ମାରିକି ଆସିଛି।
ସେ ଆହୁରି କହିଛନ୍ତି,“ଯଦି ସ୍ନାନ ବେଦୀକୁ ଯିବା ମନା, ତା’ହେଲେ ମନ୍ଦିର ପ୍ରଶାସନ ଓ ସେବାୟତ ମତେ ମନା କରିପାରିଥାନ୍ତେ। ଆମେ ଅଜ୍ଞାତ ଲୋକ, କେମିତି ଜାଣିବୁ ।

Comments are closed.