Odisha Link
Bridging the Missing Links in Odisha

ରାଜ୍ୟସଭା କାର୍ଯ୍ୟକାଳ: ସସ୍ମିତ ୩ ବର୍ଷ, ଅମର ଓ ଅଶ୍ବିନୀ ୫ ବର୍ଷ

ଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜେଡ଼ିର ୨ ପାର୍ଥୀ ଏବଂ ବିଜେପିର ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡ଼ି ସୁପ୍ରିମୋ ନବୀନଙ୍କ ଉପସ୍ଥିତିରେ ବିଜେଡ଼ି ପ୍ରାର୍ଥୀ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏପଟେ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ ନିଜ ଦଳର କର୍ମୀଙ୍କ ସହ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। କିନ୍ତୁ ଏକ ରୋମଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଛି ରାଜ୍ୟ ରାଜନୀତିରେ। କାହିଁକିନା ଅମର ପଟ୍ଟନାୟକ ଏବଂ ଅଶ୍ବିନୀ ବୈଷ୍ଣବ ଯଥାକ୍ରମେ ଅଚ୍ୟୁତ ସାମନ୍ତ ଓ ସୌମ୍ୟର‍ଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ରାଜ୍ୟସଭା ଯିବାକୁ ଥିବାବେଳେ ପ୍ରତାପ ଦେବଙ୍କ ଜାଗାରେ ସସ୍ମିତ ପାତ୍ର ରାଜ୍ୟସଭା ଯିବେ। ସୂଚନାଥାଉକି, ଅଚ୍ୟୁତ ଓ ସୌମ୍ୟଙ୍କ ରାଜ୍ୟସଭାରେ କାର୍ଯ୍ୟକାଳ ୫ବର୍ଷ ଥିବା ବେଳେ ପ୍ରତାପଙ୍କର ୩ବର୍ଷ ଥିଲା। ତେବେ ଏଥିରୁ ସ୍ପଷ୍ଟ ଯେ, ଅମର ପଟ୍ଟନାୟକ ଏବଂ ଅଚ୍ୟୁତ ସାମନ୍ତ ୨୦୨୪ ମସିହା ପର୍ଯ୍ୟନ୍ତ ରାଜ୍ୟସଭାରେ ରହିବା ବେଳେ ସସ୍ମିତ ପାତ୍ର ମାତ୍ର ୨୦୨୨ ପର୍ଯ୍ୟନ୍ତ ରାଜ୍ୟସଭାରେ ରହିପାରିବେ। ତେବେ ଏଥିରୁ ଜଣାପଡ଼ୁଛି ଯେ ନିଜ ଦଳୀୟ ପାର୍ଥୀଙ୍କୁ ୫ ବର୍ଷିୟା ରାଜ୍ୟସଭା ଟର୍ମରେ ନଛାଡ଼ି କାହିଁକି ନବୀନ ବିଜେପି ପାର୍ଥୀଙ୍କୁ ଚୟନ କଲେ। ପୂର୍ବରୁ ବିଜୁ ଜନତା ଦଳ ପାଖରେ ୧୧୨ ବିଧାୟକ ଥାଇ ସୁଦ୍ଧା ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି ସୁପ୍ରିମୋ କହିଛନ୍ତି।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ନିଜ ଦଳର ପ୍ରାର୍ଥୀ ଥାଇ ସୁଦ୍ଧା ଅନ୍ୟ ଦଳର ପ୍ରାର୍ଥୀଙ୍କୁ କାହିଁକି ଶ୍ରେୟ ଦେଉଛନ୍ତି ନବୀନ। ବିଜେପିର ଚକ୍ରବ୍ୟୁହରେ ପଡ଼ିଲାକି ବିଜେଡ଼ି। ନା ନବୀନ ତାଙ୍କ ନୂଆ କାର୍ଡ଼ ଖେଳିଛନ୍ତି। ରାଜ୍ୟସଭା ରାଜନୀତିରେ କିଏ କାହାକୁ ପାଣି ପିଆଉଛି ତାହା ସମୟ କହିବ ବୋଲି ରାଜନୀତି ବିଶେଷଜ୍ଞ ମାନେ ମତ ରଖିଛନ୍ତି।

Comments are closed.