Odisha Link
Bridging the Missing Links in Odisha

ପୁଣି ଲୁଚକାଳି ଖେଳୁଛି ମୌସୁମୀ

ଭୁବନେଶ୍ବର : ମୌସୁମି ଆସିଲା, ଛୁଇଁଲା । ପୁଣି କୁଆଡ଼େ ଉଭାନ୍‌ ହୋଇଗଲା । ତିନି ଦିନ ଧରି ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ଯେଉଁ ଅନୁମାନ କରିଥିଲା ତାହା କିନ୍ତୁ ହେଲା ନାହିଁ । ମୌସୁମୀ ଛୁଇଁବାର ଦ୍ବିତୀୟ ଦିନରୁ ଟାଇଁ ଟାଇଁ ଖରା ଗରମ ଓ ଗୁଳୁଗୁଳି ମୌସୁମୀର ଉପସ୍ଥିତିକୁ ମଳିନ କରିଦେଇଛି । ଏବେ ପାଣି ବିଭାଗ କହୁଛି ୩ଦିନ ପରେ ପୁଣି ବର୍ଷିବ ମୌସୁମୀ । ବିଳମ୍ବରେ ଆସିଲା ତ ଆସିଲା, ଏବେ ପୁଣି ଲୁଚକାଳି ଖେଳୁଛି ମୌସୁମୀ ।
ଜୁନ୍ ଦ୍ବିତୀୟ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଏଁ । ହେଲେ ଏଥର ଚତୁର୍ଥ ସପ୍ତାହରେ ଆସିଲା । ଓଡ଼ିଶା ଛୁଇଁବାର ତିନି ଦିନ ପର୍ଯ୍ୟନ୍ତ ଭଲ ବର୍ଷା ହେବା କଥା । ପାଣିପାଗ ବିଭାଗ ବି ସେୟାହିଁ ଅନୁମାନ କରିଥିଲା । ହେଲେ ପ୍ରଥମ ଦିନ ବର୍ଷିବା ପରେ କୁଆଡ଼େ ଉଭାନ୍‌ ହୋଇଯାଇଛି ମୌସୁମୀ । ଏବେ ପାଣିପାଗ ବିଜ୍ଞାନୀଙ୍କ ଅନୁମାନ ୩ଦିନ ପରେ ପୁଣି ମୌସୁମୀ ବର୍ଷିବ । କାରଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଓଡ଼ିଶା ଉପରୁ ହଟି ପଶ୍ଚିମବଙ୍ଗ ମୁହାଁ ହୋଇଛି । ତେଣୁ ଆସନ୍ତା ତିନି ଦିନ ପାଗ ଶୁଖିଲା ରହିବ । ୨୮ରୁ ପୁଣି ବର୍ଷା ହେବ । ବିଳମ୍ବରେ ଆସିଲା ତ ଆସିଲା, ଏବେ ପୁଣି ଲୁଚକାଳି ଖେଳୁଛି ମୌସୁମୀ ।ବର୍ତମାନ ରାଜ୍ୟର ମୌସୁମୀ ଛୁଇଁସାରିଥିବା ବେଳେ, ସ୍ଥିତି ସ୍ବାଭାବିକ ରହିଛି । ତେବେ ଆଗାମୀ ୩ଦିନ ବର୍ଷାର ପ୍ରଭାବ କମ୍‌ ରହିବ । ମାଲକାନଗିରି, କୋରାପୁଟରର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ରହିଛି ।୨୫ତାରିଖ ମଧ୍ୟାହ୍ନ ପରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ କିଛି କିଛି ସ୍ଥାନରେ ବର୍ଷା ହେବ । ୨୬ରେ ଦକ୍ଷିଣ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର କିଛି ସ୍ଥାନକୁ ଭିଜାଇପାରେ ମୌସୁମୀ । ହେଲେ ଆରମ୍ଭରୁ ମୌସୁମୀର ଏହି ଲୁଚକାଳି ଖେଳକୁ ନେଇ ଅଧିକ ଚିନ୍ତାରେ ଅଛନ୍ତି ଚାଷୀ

Comments are closed.