Odisha Link
Bridging the Missing Links in Odisha

ସଡକ ଦୁର୍ଘଟଣାରେ ଚାଲିଗଲା ଜଣଙ୍କର ଜୀବନ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଏନଏଚ-୪୯ର ଟାଉନ ଥାନା ମୋଚିବନ୍ଧ ସ୍କୁଲ ନିକଟରେ ଘଟିଛି ସଡକ ଦୁର୍ଘଟଣା । ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି । ଖବର ପାଇ ଘଟଣାସ୍ଥଳରେ ଉତ୍ତ୍ୟକ୍ତ ରାଜପଥ ଅବରୋଧ କରିବା ସହ ଏକ ପ୍ରକାର ଅଶାନ୍ତକର ପରିସ୍ଥିତି ସୃଷ୍ଟି ହୋଇଛି ।
ସୂଚନାଅନୁଯାୟୀ , ଜଣେ ଯୁବକ ତାଙ୍କ ପରିବାର ସହ କାରରେ ପୁରୁଲିଆରୁ ତାଳଚେରକୁ ଫେରିବା ବାଟରେ ଏହି ଅଘଟଣ ଘଟିଛି । ମଝି ରାସ୍ତାରେ ଶୋଷ ଲାଗିବା ଯୋଗୁଁ ସ୍କୁଲ ନିକଟରୁ ପାଣି ଆଣିବାକୁ ଯୁବକଜଣକ କାରରୁ ଓହ୍ଲାଇଥିଲେ । ସେହି ସମୟରେ ଆଗରୁ ଆସୁଥିବା ଏକ ଟ୍ରକ ତାଙ୍କ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଯୁବକଜଣକ ରାସ୍ତାକୁ ଛିଟିକି ପଡ଼ିଥିଲେ । ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହେବା ସହ ଉତ୍ୟକ୍ତ ରାଜପଥ ଅବରୋଧ କରିଛନ୍ତି । ଫଳରେ ସେହି ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି

Comments are closed.