Odisha Link
Bridging the Missing Links in Odisha

ଅଭିନନ୍ଦନଙ୍କ ନିଶକୁ ରାଷ୍ଟ୍ରୀୟ ‘ନିଶ’ ମାନ୍ୟତା ମିଳୁ: ଅଧୀର

ନୂଆଦିଲ୍ଲୀ: ବାୟୁସେନା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ପୁଣି ଚର୍ଚ୍ଚାରେ। ପୂର୍ବରୁ ଅଭିନନ୍ଦନ ତାଙ୍କ ବୀରତ୍ବ ଓ ନିଜ ନିଶକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ହେଉଥିବା ସମୟରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏକ ଭିନ୍ନ ଦାବି ରଖିଛନ୍ତି। ବାଲାକୋଟ ଏୟାରଷ୍ଟ୍ରାଇକ ପରେ ପାକିସ୍ତାନ ସୀମାରେ ପ୍ରବେଶ କରି ତାଙ୍କ ବିମାନକୁ ଧ୍ୱଂସ କରିଥିବା ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ପୁରସ୍କାର ଦେବା ପାଇଁ ସେ ଦାବି କରିଛନ୍ତି। କେବଳ ଏତିକି ନୁହେଁ, ଅଭିନନ୍ଦନଙ୍କ ‘ନିଶ’କୁ ରାଷ୍ଟ୍ରୀୟ ‘ନିଶ’ ରୂପେ ଘୋଷଣା କରାଯିବା ଉଚିତ ବୋଲି ମଧ୍ୟ ସେ କହିଛନ୍ତି । ତେବେ ଲୋକସଭାରେ ଆଜି କଂଗ୍ରେସ ନେତା ଅଧିର ରଞ୍ଜନ ସଂପୂର୍ଣ୍ଣ ରୂପେ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ।

Comments are closed.