୪୪ ବର୍ଷ ତଳେ ଆଜି ତାରିଖରେ ହୋଇଥିଲା ଏମର୍ଜେନସି

ନୂଆଦିଲ୍ଲୀ: ଆଜକୁ ପ୍ରାୟ ୪୪ ବର୍ଷ ତଳେ ବିଶ୍ବର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା। ଏହି ସମୟରେ ଦେଶର ସାଧାରଣ ଲୋକଙ୍କ ସମ୍ବିଧାନିକ ଅଧିକାର କ୍ଷୂର୍ଣ୍ଣ କରାଯାଇଥିଲା। ୧୯୭୫ ମସିହାରେ କଂଗ୍ରେସର ବରିଷ୍ଠ ନେତା ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜୁନ ୨୫ ତାରିଖରେ ଦେଶରେ ଏମର୍ଜେନସି ଲାଗୁ କରିଥିଲେ। ଇନ୍ଦିରାଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରୁଥିବା ନେତା , ଯୁବ ଗୋଷ୍ଠୀର ଯୁବକ ମାନଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିଳା। ଏଥିସହିତ ପ୍ରେସ୍ ସ୍ବାଧିନତା ଉପରେ ସରକାରୀ କଟକଣା ଲାଗିବା ସହିତ ବିପକ୍ଷ ଦଳର ବଡ଼ ବଡ଼ ନେତାଙ୍କୁ ଗିରଫ କରାଯାଇଥିଲା। ଆଜି ଆମେ ଯେଉଁ ବଡ଼ ବଡ଼ ନୋତାଙ୍କୁ ଦେଖୁଛେ ସେମାନେ ସବୁ ଜରୁରୀକାଳୀନ ପରିସ୍ଥିତି ସମୟରେ ହିଁ ଆସିଥିଲେ। ପାଖାପାଖି ଦେଶରେ ୧୯ମାସ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା। ଏହାପରେ ସାରା ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସ ଦଳ ହାରିଥିଲା ଏବଂ ଦେଶରେ ପ୍ରଥମ ଅଣ କଂଗ୍ରେସ ସରକାର ଗଠନ ହୋଇଥିଲା। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ୧୩ ଦିନ ପୂର୍ବରୁ କଣ କଣ ହୋଇଥିଲା ତାହା ଜାଣିବା ନିହାତି ଜରୁରୀ।
ଏମର୍ଜେନସି ସମୟର ୭ଟି ଗୁରୁତ୍ବପୂର୍ଣ୍ଣ କଥା:
୧- ୧୯୭୫, ଜନ୍-୧୨: ରାଏବରେଲି ସାଧାରଣ ନିର୍ବାଚନରେ ହୋଇଥିବା ଗଡ଼ବଡ଼ି କାମ ପାଇଁ ଇନ୍ଦିରା ଗାନ୍ଧୀଙ୍କୁ ଏଲହାବାଦ ହାଇକୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲା। ଏବଂ ୬ବର୍ଷ ପାଇଁ ପଦରୁ ତାଙ୍କୁ କାଢ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଜନତା ଦଳର ନେତା ରାଜ ନାରାୟଣ ୧୯୭୧ ମସିହା ସାଧାରଣ ନିର୍ବାଚନରେ ରାଏବରେଲିରେ ହାରିବା ପରେ କୋର୍ଟରେ କେସ୍ କରିଥିଲେ।
୨- ୧୯୭୫, ଜନ୍-୨୪: ଆଲ୍ଲାହାବାଦ ହାଇକୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍କୋର୍ଟରେ ଲଢିଥିଲେ ଇନ୍ଦିରା। ତେବେ ସେଠାରେ ଇନ୍ଦିରାଙ୍କୁ ଝଟକା ଲାଗିଥିଲା। ସୁପ୍ରିମ୍କୋର୍ଟ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟକୁ ବଳବତ୍ତର କରିଥିଲେ ସୁପ୍ରିମ୍କୋର୍ଟ। ଏଥିସହିତ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦରେ ରହିବା ପାଇଁ ଅନୁମତି ଦେଇଥିଲେ ସୁପ୍ରିମ୍ କୋର୍ଟ।
୩- ୧୯୭୫, ଜୁନ୍-୨୫:କଂଗ୍ରେସ ନେତା ଜୟପ୍ରକାଶ ନାରାୟଣ ଇନ୍ଦିରା ଗାନ୍ଧୀଙ୍କ ଇସ୍ତଫା ମାଗିବା ଘଟଣାକୁ ନେଇ ସାରା ଦେଶରେ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହାକୁ ସମ୍ପୂର୍ଣ୍ଣ କ୍ରାନ୍ତି କୁହାଯାଏ।
୪- ୧୯୭୫, ଜୁନ୍-୨୫: ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କହିବା ଅନୁସାରେ ସେତେବେଳର ରାଷ୍ଟ୍ରପତି ଫଖରୁଦ୍ଦିନ ଅଲ୍ଲୀ ଅହମଦ ହେଶରେ ସାମ୍ବିଧାନିକ ଧାରା ୩୫୨ ଅଧିନରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏଥି ସହିତ ଇନ୍ଦିରାଙ୍କ କଥା ଅନୁସାରେ ପ୍ରତି ୬ମାସରେ ଜରୁରୀକାଳୀନ ପରିସ୍ଥିତିର ସମୟ ସୀମା ବୃଦ୍ଧି କରିଥିଲେ।
୫- ୧୯୭୬, ସେପ୍ଟମ୍ବର: ଏହି ପରିସ୍ଥିତିରୁ ମୁକୁଳିବା ପାଇଁ ଲମ୍ବା ସମୟଧରି ଲୁଚିବାକୁ ପଡ଼ିଥିଲା।
୬- ୧୯୭୭, ଜାନୁଆରୀ ୧୮: ଏହି ଦିନ ଇନ୍ଦିରା ଗାନ୍ଧୀ ଲୋକସଭା ଭଙ୍ଗ କରି ଦେଇଥିଲେ ଏବଂ ସାଧାରଣ ନିର୍ବାଚନ ଘୋଷଣା କରିଥିଲେ। ଏହାଫଳରେ ବନ୍ଦୀ ହୋଇଥିବା ନେତାଙ୍କୁ ଜେଲରୁ ମୁକ୍ତି ମିଲିଥିଲା।
୭- ୧୯୭୭, ମାର୍ଚ୍ଚ ୨୩: ଦେଶରେ ଜରୁରୀକାଳୀନ ପରିସ୍ଥିତିର ଅନ୍ତ ଘଟିଥିଲା।