Odisha Link
Bridging the Missing Links in Odisha

ଜାପାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ଓସାକା: ଆଜି ସକାଳୁ(ଗୁରୁବାର)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ପହଞ୍ଚିଛନ୍ତି। ମୋଦି ଜାପାନର ଓସାକା ସହରେ ଆୟୋଜିତ ହେଉଥିବା ବହୁ ପ୍ରତୀକ୍ଷିତ ଜି-୨୦ ସମ୍ମିଳନୀରେ ଯୋଗ ଦେବା ପାଇଁ ପହଞ୍ଚିଛନ୍ତି। ଏହି ସମ୍ମିଳନୀରେ ଯୋଗ ଦେବାକୁ ମୋଦି ବୁଧବାର ରାତି ଜାପାନ ଗସ୍ତରେ ଏକ ସ୍ୱତନ୍ତ୍ର ବିମାନରେ ନୂଆଦିଲ୍ଲୀରୁ ବାହାରିଥିଲେ। ଜାପାନରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଗସ୍ତ ପୂର୍ବରୁ ମୋଦି ବୁଧବାର କହିଥିଲେ ଯେ, ଜି-୨୦ ସମ୍ମିଳନୀରେ ବହୁପକ୍ଷବାଦରେ ସଂଶୋଧନ ପାଇଁ ଭାରତର ମଜବୁତ ସମର୍ଥନ ଉପରେ ଜୋର ଦେବେ, ଯାହାକି ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟ । ମୋଦୀ ନିଜର ବୟାନରେ କହିଥିଲେ, ମହିଳା ସଶକ୍ତିକରଣ, କୃତ୍ରିମ ଯନ୍ତ୍ରପାତି ଓ ଆତଙ୍କବାଦ ଭଳି ସମସ୍ୟାର ଉପରେ ଜି-୨୦ରେ ଆଲୋଚନା ହେବ। ଏଥି ସହିତ ମୋଦି କହିଥିଲେ ଯେ, ଶିଖର ସମ୍ମିଳନୀ ବହୁପକ୍ଷବାଦରେ ସଂଶୋଧନ ପାଇଁ ମଜବୁତ ସମର୍ଥନକୁ ପୁଣି ଥରେ ଆଲୋଚନା କରିବା ଗୁରୁତ୍ୱପୂର୍ଣ୍ଣ ଅବସର ଆଣିବ, ଯାହା କି ଦ୍ରୁତ ଗତିରେ ପରିବର୍ତ୍ତନ ହେଉଥିବା ନିୟମ-ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇ ପାରିବ । ଏବଂ ସମ୍ମିଳନୀ ମାଧ୍ୟମରେ ୪-୫ ବର୍ଷ ମଧ୍ୟରେ ହୋଇଥିବା ଭାରତର ବିକାଶମୂଳକ କାମକୁ ଉପସ୍ଥାପନ କରିବାକୁ ସୁଯୋଗ ମିଳିବ।

ଏହା ସହ ସେ କହିଛନ୍ତି, ଓସାକା ସମ୍ମିଳନୀ ୨୦୨୨ ସମ୍ମିଳନୀ ଆୟୋଜନ କରିବାରେ ବହୁ ଶିକ୍ଷା ମିଳିବ। ଏହି ସମ୍ମିଳନୀ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ। ଭାରତ ୨୦୨୨ରେ ସ୍ୱାଧୀନତାପ୍ରପ୍ତିର ୭୫ତମ ବାର୍ଷିକ ପାଳନ କରିବ। ସମ୍ମିଳନୀ ମାଧ୍ୟମରେ ରୁଷିଆ, ଭାରତ ଓ ଚୀନ ସହିତ ବୈଠକ ହେବ ଏବଂ ଆୟୋଜନ ପାଇଁ ମୁଁ ଉତ୍ସାହିତ ଅଛି। ବ୍ରିକ୍ସ (ବ୍ରାଜିଲ, ରୁଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା) ଏବଂ ଜେଏଆଇ (ଜାପାନ, ଆମେରିକା ଓ ଭାରତ) ନେତାଙ୍କ ସହିତ ସ୍ୱତନ୍ତ୍ର ବୈଠକରେ ଅଂଶ ଗ୍ରହଣ କରିବି ବୋଲି ମୋଦି କହିଛନ୍ତି।

Comments are closed.