ଟିମ୍ ଇଣ୍ଡିଆର ନୂଆ ଜର୍ସି ଭାଇରାଲ

ନୂଆଦିଲ୍ଲୀ: ୨୦୧୯ କ୍ରିକେଟ ବିଶ୍ବକପରେ ଟିମ୍ ଇଣ୍ଡିଆର ବିଜୟ ଅଭିଯାନ ଜାରି ରହିଛି। ଟିମ୍ ଇଣ୍ଡିଆ ବିଶ୍ବକପରେ ଖେଳିଥିବା ୬ଟି ମ୍ୟାଚରୁ ୫ଟିରୁ ବିଜୟ ହାସଲ କରିଥିବା ବେଳେ ଗୋଟାଏ ମ୍ୟାଚ ବର୍ଷା କାରଣରୁ ବାଧାପ୍ରାପ୍ତ ହୋଇଥିଲା। କହିବାକୁ ଗଲେ ଟିମ୍ ଇଣ୍ଡିଆ ବର୍ତ୍ତମାନ ସେମିଫାଇନାଲର ପୁରା ନିକଟବର୍ତ୍ତୀ। ଆସନ୍ତାକାଲି ଟିମ୍ ଇଣ୍ଡିଆ ତାର ୭ମ ମ୍ୟାଚ୍ ବିଶ୍ବକପ୍ ଆୟୋଜକ ଇଂଲଣ୍ଡ ସହ ଖେଳିବ। ଉଭୟ ଭାରତ ଏବଂ ଇଂଲଣ୍ଡ ଦଳର ଖେଳ ପୋଷାକ ପ୍ରାୟ ଏକା ପରି ସେଥିପାଇଁ ନୂଆ ପୋଷାକ ସହ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଏଥି ସହିତ ଟିମ୍ ଇଣ୍ଡିଆର ନୂଆ ପୋଷାକ ଫାଷ୍ଟଲୁକ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
What do you think of this kit? 💥 #TeamIndia | #CWC19 pic.twitter.com/Bv5KSfB7Uz
— Cricket World Cup (@cricketworldcup) June 29, 2019
ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି, ଓ୍ବିକେଟ କିପର ମହେନ୍ଦ୍ର ସିଂ ଧୋନିଙ୍କ ସମେତ ଅନ୍ୟ ଖେଳାଳୀ ମାନେ ଟିମ୍ ଇଣ୍ଡିଆର ନୂଆ ପୋଷାକରେ ଫଟୋ ସୁଟ କରିଥିଲେ। ଯାହାକି ଏବେ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଟିମ୍ ଇଣ୍ଡିଆ ତାର ୭ମ ମୁକାବିଲା ଇଂଲଣ୍ଡ ସହ କାଲି ଖେଳିବାକୁ ଯାଉଛି। ଯଦି ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ବିଜୟ ଲାଭ କରୁଛି ତାହାଲେ ସିଧାସଳଖ ବିଶ୍ବକପ୍ ସେମିଫାଇନାଲରେ ପ୍ରବେଶ କରିବ। ବିଶ୍ବକପର ଅନ୍ୟତମ ଦାବିଦାର ହେଉଛି ଆୟୋଜକ ଇଂଲଣ୍ଡ। ଇଂଲଣ୍ଡ ଦଳ ମୋଟ ୭ଟି ମ୍ୟାଚ ଖେଳି ୮ ପଏଣ୍ଟ ହାସଲ କରିଛି। ଏଥି ସହିତ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ଅଛି ଇଂଲଣ୍ଡ। ସେମିଫାଇନାଲରେ ପ୍ରବେଶ କରିବାକୁ ହେଲେ ବିଶ୍ବକପ୍ ଆୟୋଜକ ଇଂଲଣ୍ଡ ଦଳକୁ ଶେଷ ୨ଟି ମ୍ୟାଚରେ ବିଜୟୀ ହେବାକୁ ପଡ଼ିବ।
https://www.instagram.com/p/BzQzO8EArLx/?utm_source=ig_web_copy_link
ଇଂଲଣ୍ଡ ଦଳ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଓ ପାକିସ୍ତାନ ଠାରୁ ପରାଜୟ ବରଣ କରିଛି। ବିଶ୍ବକପ୍ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ଅଛି ବାଲାଂଦେଶ ଟିମ୍ ଥିବାବେଳେ ପାକିସ୍ତାନ ଟିମ୍ ୬ଷ୍ଠ ସ୍ଥାନରେ ଅଛି। ତେବେ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ଇଂଲଣ୍ଡ, ବାଲାଂଦେଶ ଏବଂ ପାକିସ୍ତାନ ମଧ୍ୟରେ ଲଢେଇ ଜାରି ରହିବ। ଗତକାଲି ଟିମ୍ ଇଣ୍ଡିଆ ତାର ନୂଆ ଜର୍ସିରେ ପଡ଼ିଆକୁ ଓହ୍ଲାଇବ। ତେବେ ଟିମ୍ ଇଣ୍ଡିଆ ନୂଆ ଜର୍ସିରେ ତାର ବିଜୟ ଧାରାକୁ ବଜାୟ ରଖିବ ନା ଇଂଲଣ୍ଡ ଦଳ ବିଜୟୀ ହୋଇ ବିଶ୍ବକପ୍ ସେମିଫାଇନାଲ ଦୌଡ଼ରେ ସାମିଲ ହେବ ତାହା ଆସନ୍ତାକାଲି ଜଣାପଡ଼ିବ।