Odisha Link
Bridging the Missing Links in Odisha

ଫୁଲରେ ଝଲସିଲା ଶ୍ରୀମନ୍ଦିର

ପୁରୀ: ପ୍ରଥମ ଥର ପାଇଁ ଫୁଲରେ ଶ୍ରମନ୍ଦିର ସଜେଇ ହେଇଛି। ପବିତ୍ର ରଥଯାତ୍ରା ଅବସରରେ ଦିଲ୍ଲୀର ଶ୍ରଦ୍ଧାଳୁ କେ କେ ଶର୍ମା ଶ୍ରୀମନ୍ଦିର ଉପରେ ଲାଗି ହେବାକୁ ୨୦ ଟ୍ରକ୍ ଫୁଲ ଦାନ କରିଛନ୍ତି। ୨୫୦ ଜଣ ପୁଷ୍ପ କାରିଗର ଗତକାଲି ଦିବସବ୍ୟାପୀ ମନ୍ଦିର ସମ୍ମୁଖ ଭାଗକୁ ସଜାଇଛନ୍ତି।


ଏଇମିଲ ଫାର୍ମାସ୍ୟୁଟିକାଲସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶର୍ମା ଗଣମାଧ୍ୟମକୁ କରିଛନ୍ତି ଯେ, ସେ ବର୍ଷର ବିଭିନ୍ନ ସମୟରେ ଦେଶର ଭିନ୍ନ ଭିନ୍ନ ଧାର୍ମିକ କ୍ଷେତ୍ରରେ ଏଭଳି ପୁଷ୍ପସେବା ଦେଇଥାଆନ୍ତି। ପ୍ରଥମ ଥର ପାଇଁ ପୁରୀରେ ସୁଯୋଗ ମିଳିଥିବାରୁ ସେ ଅତ୍ୟନ୍ତ ଭାବବିହ୍ୱଳ। ଭବିଷ୍ୟତରେ ସୁଯୋଗ ମିଳିଲେ ସେ ଏଭଳି ସେବା ଜାରି ରଖିବେ ବୋଲି କହିଛନ୍ତି ।

Comments are closed.