Odisha Link
Bridging the Missing Links in Odisha

ପାଟକୁରାର ସ୍ଥାନୀୟ ନେତାଙ୍କ ସହ ନବୀନଙ୍କ ଆଲୋଚନା

ଭୁବନେଶ୍ବର : ଆଉ ମାତ୍ର ଅଳ୍ପ ଦିନ ପରେ ପାଟକୁରା ନିର୍ବାଚନ। ସେଥିପାଇଁ ମାଳ ମାଳ ନେତା ପାଟକୁରାରେ ଡେରା ପକାଇଲେଣି । ଏପଟେ ପାଟକୁରାର ସ୍ଥାନୀୟ ଅସନ୍ତୁଷ୍ଟ ନେତାଙ୍କ ସହ ନବୀନ ଆଲୋଚନା କରୁଛନ୍ତି । ବିଜେଡି ରଣନୀତିକୁ ଯେମିତି ଅସନ୍ତୁଷ୍ଟ ସ୍ଥାନୀୟ ନେତା ଓଲଟପାଲଟ ନକରିଦିଅନ୍ତି ସେଥିପାଇଁ ସବୁପ୍ରକାର ସତର୍କତା ଅବଲମ୍ବନ କରାଯାଉଛି ।

ଆଉ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଆଲୋଚନା କରୁଛନ୍ତି । ପାଟକୁରାକୁ ବିଜେପି ସ୍ବାଭିମାନର ପ୍ରଶ୍ନ କରିଛି । ଏପରି ସ୍ଥଳରେ ବିଜେଡି-ବିଜେପି ଭିତରେ ଲଢେଇ ଜୋରଦାର ହେବ । ତେଣୁ ନବୀନ ନିଜେ ଏହାକୁ ଗୁରୁତ୍ବର ସହ ନେଇଛନ୍ତି । ଅସନ୍ତୁଷ୍ଟ ନେତାଙ୍କୁ ବୁଝାଇବାକୁ ପ୍ରୟାସ କରୁଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.