Odisha Link
Bridging the Missing Links in Odisha

ମହିଳାଙ୍କୁ ସୁରକ୍ଷା ଦେଇ ପାରୁ ନାହାନ୍ତି, ଆଉ ୩୩ ପ୍ରତିଶତ ସଂରକ୍ଷଣ କଥା କହୁଛନ୍ତି: ଲେଖାଶ୍ରୀ

ଭୁବନେଶ୍ବର: ପୁରୀରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବସରେ ଜଣେ ଆଦିବାସୀ ନାବାଳିକାକୁ ଗାଡ଼ିର ହେଲପର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସ୍ଥାନୀୟ ପୁଲିସ ଅଭିଯୁକ୍ତଙ୍କୁ ଗରିଫ କରିଛି। ଏହି ଘଟଣା ସାରା ରାଜ୍ୟରେ ଆଲୋଡଚନ ସୃଷ୍ଟି କରିଛି। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି।

ବିଜେପି ନେତ୍ରୀ ଲେଖାଶ୍ରୀ ସମାନ୍ତସିଂହାର କହିଛନ୍ତି ଯେ, ପୁରୀରେ ଏଭଳି ଘଟଣା ଓଡ଼ିଶାକୁ ବିଶ୍ଵ ଦରବାରରେ ଲଜ୍ଜିତ କରିଛି। ରଥଯାତ୍ରା ପାଇଁ ପୁରୀରେ ମାଳ ମାଳ ପୁଲିସ ଏବଂ କଡ଼ା ସୁରକ୍ଷା ସତ୍ତ୍ବେ ମଧ୍ୟ ଏପରି ଘଟଣା ଘଟିଗଲା, ପୁଣି କେହି ଜାଣି ପାରିଲେ ନାହିଁ। ୨୦ ବର୍ଷର ବିଜେଡ଼ି ଶାସନରେ ରାଜ୍ୟରେ ଦୁଷ୍ମର୍ମ ବଢି ଚାଲିଛି। ତଥାପି ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନାହିଁ ବୋଲି କହିଛନ୍ତି।

ଏଥି ସହିତ ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି, କେତେ ଦୁଷ୍କର୍ମ ହେଲେ ସରକାରଙ୍କ ଆଖି ଖୋଲିବ। ମହିଳାଙ୍କୁ ସୁରକ୍ଷା ଦେଇ ପାରୁ ନାହାନ୍ତି, ଆଉ ୩୩ ପ୍ରତିଶତ ସଂରକ୍ଷଣ କଥା କହୁଛନ୍ତି ବୋଲି କହିଛନ୍ତି ଲେଖାଶ୍ରୀ। ସୂଚନା ଅନୁସାରେ, ନାବାଳିକା ଜଣଙ୍କ ପୁରୀ ମାଳତୀପାଟପୁର ନିକଟରେ ଥିବା ୱାଟରପାର୍କରେ କାମ କରେ। ଛୁଟିରେ ଘରକୁ ଯାଇ କାଲି ଫେରିଥିଲା। କଟକରୁ ଏକ ଏସି ଡିଲକ୍ସ ବସ୍‌ରେ ପୁରୀ ଆସୁଥିବା ବେଳେ ବସ୍‌ରେ ନିଦ ଲାଗିଯିବାରୁ ମାଳତୀପାଟପୁରରେ ଓହ୍ଲାଇ ପାରିନଥିଲା। ପୁରୀ ବସ୍‌ଷ୍ଟାଣ୍ଡରେ ନିଦ ଭାଙ୍ଗିବା ବେଳକୁ ରାତି ପ୍ରାୟ ୯ଟା ହୋଇଯାଇଥିଲା। ତେବେ ହେଲ୍‌ପର ଜଣଙ୍କ ବୁଝାସୁଝା କରି ବସ୍‌ରେ ଶୋଇ ପଡିବାକୁ କହିଥିଲା। ଏହାପରେ ଝିଅଟିର ସରଳତାର ସୁଯୋଗ ନେଇ ପୀଡ଼ିତା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

Comments are closed.