Odisha Link
Bridging the Missing Links in Odisha

ଆତ୍ମସମର୍ପଣ କଲା ଖଣି ମାଫିଆ

ଖୋର୍ଦ୍ଧା : ବେଆଇନ ପଥର ଖାଦାନ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଆକ୍ସନ ମୋଡକୁ ଆସିବା ପରେ ଆତଙ୍କିତ ହେଲେଣି ପଥର ଖଣି ମାଫିଆ। ଗତକାଲି ଜଣଙ୍କୁ ଗିରଫ କରିବା ପରେ ଆଜି ଭୟ ଆଉ ଆତଙ୍କରେ କୋର୍ଟରେ ଆତ୍ମସମର୍ପଣ କରିଛି ଅନ୍ୟ ଜଣେ ମାଫିଆ।
ଆତ୍ମ ସମର୍ପଣ କରିଥିବା ଏହି ମାଫିଆଙ୍କ ନାଁ ପ୍ରକାଶ ନାୟକ ଓରଫ ଛୋଟା। ସେ ଖୋର୍ଦ୍ଧା କୋର୍ଟକୁ ଯାଇ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ପ୍ରକାଶ ଓରଫ ଛୋଟା ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବେଆଇନ ପଥର ଖଣି କାରବାରରେ ସଂପୃକ୍ତ ଅଛନ୍ତି। ଏଥିସହ ବ୍ରାଉନସୁଗର ବ୍ୟବସାୟର ମଧ୍ୟ ମାଷ୍ଟରମାଇଣ୍ଡ। ତାକୁ ଗିରଫ କରିବା ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଜାଲ ବିଛାଇଥିବାବେଳେ ଗିରଫ ଭୟରେ ଛୋଟା ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଗତ କିଛି ଦିନ ହେଲା ପଥରଖଣି ମାଫିଆଙ୍କ ବିରୋଧରେ ଏସ୍‌ଟିଏଫ୍ ଚଳାଇଛି ଅପରେସନ୍ ଖଣି ମାଫିଆ। ବେଆଇନ ପଥରଖଣି କାରବାର ଚଳାଇବା ସହ ଅନ୍ୟ ବ୍ୟବସାୟୀଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଗତକାଲି ଖୋର୍ଦ୍ଧା ବୋଲଗଡ଼ରୁ ନୀତୁ ମାନସିଂହ ନାମକ ଜଣେ ପଥର ଖଣି ମାଫିଆକୁ ଧରିଥିଲା।

Comments are closed.