Odisha Link
Bridging the Missing Links in Odisha

ମନ୍ତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗୁରୁବାର ରାଜ୍ୟ ସଚିବାଳଳୟରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିବା ସହ ଉପସ୍ଥିତ ମନ୍ତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ସେ ମନ୍ତ୍ରୀମାନଙ୍କୁ ୫ଟି ପରାମର୍ଶ ନେଇଛନ୍ତି । ତାହା ହେଲା-

୧- ବ୍ୟାପକ ଗସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ମନ୍ତ୍ରୀମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଗସ୍ତ କରିବା ଦ୍ୱାରା ନିଜ ବିଭାଗର କାମ ତୃଣମୂଳସ୍ତରରୁ ଜାଣିହେବ ।
୨- ବିଭାଗୀୟ ଅଫିସ ଏବଂ ଅନୁଷ୍ଠାନକୁ ଅଚାନକ ପରିଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହା ଦ୍ୱାରା ସରକାରୀ ସେବା ପ୍ରଦାନ ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି ।
୩- ଗସ୍ତ ସମୟରେ ଲୋକଙ୍କୁ ଭେଟିବା ସହ ସେମାନଙ୍କ ସମସ୍ୟା ବୁଝିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଲୋକଙ୍କୁ ଭେଟିବା ସମୟରେ ସେମାନଙ୍କ ମତାମତ ନେବାକୁ ମଧ୍ୟ ନିଦେ୍ର୍ଧଶ ଦେଇଛନ୍ତି ।
୪- ୫ଟି ( ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟିମ ୱାର୍କ, ଟ୍ରାନ୍ସଫରମେସନ ଲବଂ ଟାଇମ)ପରିବର୍ତ୍ତନ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ । ଏହାକୁ କ୍ରୀୟାଶୀଳ କରିବାକୁ ବ୍ୟକ୍ତିଗତଭାବେ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।
୫- ସ୍ୱଚ୍ଛତା ଓ ଦକ୍ଷତା ପାଇଁ ବିଭାଗର ଶତପ୍ରତିଶତ କାମ ଓସ୍ୱାସରେ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନ୍ୟପକ୍ଷରେ ଏହି ମନ୍ତ୍ରୀପରିଷଦ ବୈଠକରେ କାଳିଆ ଯୋଜନାରେ ଖର୍ଚ୍ଚ ଆପଦକାଳୀନ ପାଣ୍ଠିର ଭରଣାକୁ ମଧ୍ୟ ମଞ୍ଜୁରୀ ମିଳିଛି । ଆପଦକାଳୀନ ପାଣ୍ଠିର ଭରଣାକୁ ମନ୍ତ୍ରୀ ପରିଷଦ ପକ୍ଷରୁ ଅନୁମୋଦନ କରାଯାଇଛି ।

Comments are closed.