Odisha Link
Bridging the Missing Links in Odisha

ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ

ବଲାଙ୍ଗିର : ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଚାଲିଥିବାବେଳେ ନକଲି ପରିକ୍ଷାର୍ଥୀ ଧରାପଡିଛି । ଏଭଳି ଘଟଣା ବଲାଙ୍ଗୀର ଜିଲ୍ଲାରେ ଦେଖିବାକି ମିଳିଛି । ଗତକାଲି ଗଣିତ ପରୀକ୍ଷା ଚାଲିଥିବା ବେଳେ ବଲାଙ୍ଗୀର ସହର ପି ଆର ହାଇସ୍କୁଲରେ ପତିତପାବନ ସ୍କୁଲର ଜଣେ ଛାତ୍ରଙ୍କ ଗଣିତ ଭଲ ହେଉନଥିବାରୁ ସେ ତାଙ୍କ ସାଙ୍ଗକୁ କହିଥିଲେ । ତେବେ ଗତକାଲି ପରୀକ୍ଷା ଦେବା ସମୟରେ ଇନଭିଜିଲେଟର ପରୀକ୍ଷା ହଲରେ ଯାଞ୍ଚ କରିବା ସମୟରେ ଉକ୍ତ ଛାତ୍ରଙ୍କ ପାଖକୁ ଯାଇଥିଲେ। ସେଠାରେ ସେ ଛାତ୍ରଙ୍କୁ ଆଡମିଟ୍ କାର୍ଡ ମାଗିଥିଲେ । ଆଡମିଟ୍ କାର୍ଡର ଜେରକ୍ସ କପି ଦେଖାଇବାରୁ ଅସଲି ଆଡମିଟ୍ କାର୍ଡ ମାଗିଥିଲେ ।

ଏନେଇ ପାଖରେ ଥିବା କିଛି ସାଙ୍ଗ ଇନଭିଜିଲେଟରଙ୍କୁ ଏ ଛାତ୍ର ସେ ନୁହେଁ ବୋଲି ଅଭିଯୋଗ କରିଥିଲେ । ଏନେଇ ତାଙ୍କୁ ଫଟୋ ମାଗିବା ସହ ଏନେଇ ପ୍ରଧାନଶିକ୍ଷକଙ୍କୁ ଖବର ଦେଇଥିଲେ । ତେବେ ପରେ ପରୀକ୍ଷାର୍ଥି ଜଣଙ୍କ ନକଲି ଥିବା ଜାଣିବା ପରେ ବଲାଙ୍ଗୀର ଟାଉନ୍ ଥାନା ପୋଲିସକୁ ଖବର ଦେଇଥିଲେ । ଏନେଇ ଟାଉନ୍ ଥାନା ପୋଲିସ ସ୍କୁଲରୁ ଫେକ୍ ଛାତ୍ରଙ୍କୁ ଆଣି ଅଟକ ରଖିଛି । ସେପଟେ ଅସଲି ପରୀକ୍ଷାର୍ଥୀଙ୍କୁ ମଧ୍ୟ ଅଟକ ରଖି ପଚରାଉଚୁରା କରିବା ସହ ତଦନ୍ତ କରୁଛି ପୋଲିସ ।

Comments are closed.