Odisha Link
Bridging the Missing Links in Odisha

ଚେକିଂ ନାଁରେ ବିଚ୍ ରାସ୍ତାରେ ମହିଳାଙ୍କଠୁ ସୁନା ଲୁଟ୍‌ ଅଭିଯୋଗ

କଳାହାଣ୍ଡି : ଚେକିଂ ନାଁରେ ବିଚ୍ ରାସ୍ତାରେ ମହିଳାଙ୍କଠାରୁ ଦୁର୍ବୃତ୍ତମାନେ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଏଭଳି ଅଭିଯୋଗ ଆସିଛି। ତେବେ ଲୁଟ୍‌ ବେଳର ପୂରା ଘଟଣା ସିସିଟିଭିରେ କଏଦ ହୋଇଛି।
ସୂଚନା ଅନୁସାରେ, ଗତକାଲି ରାମକଲି ଅଗ୍ରଓ୍ୱାଲ ନାମକ ଜଣେ ମହିଳା ଠାକୁରଙ୍କ ଦର୍ଶନ ପାଇଁ ମାଉସୀ ମା’ ମନ୍ଦିର ଯାଉଥିଲେ। ଏହି ସମୟରେ ତିନିଜଣ ଯୁବକ ହଠାତ ତାଙ୍କୁ ରାସ୍ତାରେ ଅଟକାଇଥିଲେ। ଉପରୁ ଅଡର୍‌ ଆସିଛି କହି ଦୁର୍ବୃତ୍ତମାନେ ରାମକଲିଙ୍କୁ ସୁନା ଗହଣା କାଢ଼ିବାକୁ କହିଥିଲେ। ସେ ମନା କରିଥିଲେ ମଧ୍ୟ ଦୁର୍ବୃତ୍ତମାନେ ଜୋରଜବରଦସ୍ତ ଓ ଭୟଭୀତ କରାଇ କାଢ଼ିବାକୁ କହି ଏକ ପଲିଥିନ୍‌ରେ ସୁନା ଗହଣା ରଖିଥିଲେ। ଏହାପରେ ସେମାନେ ଆଣିଥିବା ନକଲି ସୁନା ଗହଣାକୁ ମହିଳାଙ୍କୁ ଦେଇଥିଲେ। ପରେ ରାମକଲି ଯେତେବେଳେ ଘରେ ପହଞ୍ଚି ଅଳଙ୍କାର ଦେଖିଲେ, ତାହା ଡୁପ୍ଲିକେଟ୍‌ ବୋଲି ଜାଣିବାକୁ ପାଇଥିଲେ। ଏନେଇ ସେ ପରିବାର ଲୋକଙ୍କୁ ଜଣାଇବା ସହ ନିକଟରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ। ହେଲେ ଲୁଟେରାଙ୍କ ଟେର୍ ପାଇ ନ ଥିଲେ।

Comments are closed.