Odisha Link
Bridging the Missing Links in Odisha

ଅଗଷ୍ଟ ୮ରେ ୧.୪୨ କୋଟି ପିଲାଙ୍କୁ ଖୁଆଯିବ ଔଷଧ

ଭୁବନେଶ୍ବର : ଶିଶୁଙ୍କ ଶରୀରରୁ କୃମି ନାଶ ପାଇଁ ଆସନ୍ତା ଅଗଷ୍ଟ ୮ରେ ରାଜ୍ୟରେ ୧ କୋଟି ୪୨ ଲକ୍ଷ ୯୦ ହଜାର ପିଲାଙ୍କୁ କୃମିନାଶକ ଔଷଧ ଖୁଆଯିବ। ଅଗଷ୍ଟ ୮ରେ ଯେଉଁ ପିଲା ଔଷଧ ଖାଇ ନପାରିବେ ସେମାନଙ୍କୁ ୧୬ ତାରିଖରେ ଔଷଧ ଖୁଆଯିବ। ଏନେଇ ସ୍ବାସ୍ଥ୍ୟ ଓ ପରିବାର ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ସୂଚନା ଦେଇଛନ୍ତି।
ଜାତୀୟ କୃ୍ମିନାଶକ ଦିବସ ପାଇଁ ଆଜି ରାଜ୍ୟସ୍ତରୀୟ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ‌ୟକ୍ଷତା କରି ଡା. ମେହେର୍ଦ୍ଦ କହିଲେ, ମାଟିରୁ କୃମି ସଂକ୍ରମଣ ଏକ ସାଧାରଣ ଘଟଣା। ଏଥିଯୋଗୁଁ ବିଶ୍ବରେ ୨୪୧ ନିୟୁତର ଅଧିକ ଶିଶୁ କୃମି ଦ୍ବାରା ଆକ୍ରାନ୍ତ ହେଉଥିବାବେଳେ ଓଡିଶାରେ ପ୍ରାୟ ୩୬% ଶିଶୁ ଏଥିରେ ପୀଡିତ। ଏଥିପାଇଁ କୃ୍ମିନାଶକ ଦିବସ ଦିନ ରାଜ୍ୟରେ ପିଲାଙ୍କୁ ଔଷଧ ଦିଆଯିବ।ଏଥିରେ ୧ରୁ ୫ବର୍ଷ ବୟସ ପର୍ଯ୍ୟନ୍ତ ୩୫ ଲକ୍ଷ ୫୪ ହଜାର ୨୧୮ ଶିାୁ ରହିଥିବାବେଳେ ୬ରୁ ୯ ବର୍ଷ ବୟସ ପର୍ଯ୍ୟନ୍ତ ୧ କୋଟି ୭ ଲକ୍ଷ ୩୭ ହଜାର ୨୭୩ ଜଣ ଅଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା , ମହିଳା ଓ ଶିଶୁ କଲ୍ୟାଣ, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସହାୟତାରେ ଏହି ଅଭିଯାନ ଚାଲିବ ବୋଳି ସୂଚନା ଦିଆଯାଇଥିଲା ବୈଠକକରେ ବିାଭଗୀୟ ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶ ଡା. ଦିଲ୍ଲୀପ ଷଡ଼ଙ୍ଗୀ, ପରିବାର କଲ୍ୟାଣ ନିର୍ଦ୍ଦେଶକ ସରୋଜ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମୋନେ ଉପସ୍ଥିତ ଥିଲେ।

Comments are closed.