Odisha Link
Bridging the Missing Links in Odisha

ପ୍ରଚାରରୁ ଫେରିବା ପରେ ଏମିତି କହିଲେ ବରିଷ୍ଠ ବିଜେପି ନେତା ଦାମ ରାଉତ

ଭୁବନେଶ୍ବର : ଆଉ ମାତ୍ର ଅଳ୍ପ ଦିନ ପରେ ପାଟକୁରା ନିର୍ବାଚନ । ନିର୍ବାଚନକୁ ନେଇ ପାଟକୁରାରେ ଜୋରଦାର ପ୍ରଚାରରେ ମାତିଛନ୍ତି ସବୁ ରାଜନୈତିକ ଦଳ । ପୂର୍ବରୁ ଶାସକ ବିଜେଡି ଦିନରାତି ଏକ୍ କରି ପ୍ରଚାର ଚଳାଇଥିବା ବେଳେ, ଏବେ ଆକ୍ସନ ମୋଡରେ ବିଜେପି ଆଉ କଂଗ୍ରେସ । ପାଟକୁରାରୁ ନିର୍ବାଚନ ପ୍ରଚାରରୁ ଫେରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ । ପାଟକୁରା ରାଜନୀତି କଥା କହିଲେ ଲୋକେ ଶୁଣୁ ନାହାନ୍ତି । ବିଜୟ ମହାପାତ୍ରଙ୍କୁ ପାଟକୁରାବାସୀ ଭୋଟ୍ ଦେବେ ବୋଲି ଦାମ କହିଛନ୍ତି ।

ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ପାଟକୁରାରେ ପ୍ରଚାର କରିବେ । ଆଜି ଡେରାବିଶ ବ୍ଲକରେ ପହଞ୍ଚିବ କଂଗ୍ରେସର ‘ପାଟକୁରା ଏକ୍ସପ୍ରେସ୍’ । ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଅପରାଜିତା ଷଡଙ୍ଗୀ ଓ ଜୁଏଲ ଓରାମ ପ୍ରମୁଖ ପ୍ରଚାର ମଇଦାନକୁ ବାହାରିବେ । ସେହିପରି ବିଜେଡିର ମନ୍ତ୍ରୀ ପ୍ରତାପ ଜେନା ଓ ଲିଗାଲ ଫ୍ରଣ୍ଟର ସଦସ୍ୟ ଆଜି ଡେରାବିଶ ଅଞ୍ଚଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି ।

Comments are closed.