Odisha Link
Bridging the Missing Links in Odisha

ନିର୍ଦ୍ଧୁମ ଛେଚା ଖାଇଲେ ବାଇକ୍ ଚୋର

ପଟ୍ଟାମୁଣ୍ଡାଇ : ଧରାପଡି ନିର୍ଦ୍ଧୁମ ଛେଚା ଖାଇଲେ ବାଇକ ଚୋର । ପଟ୍ଟାମୁଣ୍ଡାଇରେ ବାଇକ ଚୋରି କରିବାକୁ ଉଦ୍ୟମ କରୁଥିଲେ ୬ ଜଣ ଦୁର୍ବୁତ୍ତ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗାଁ ଲୋକେ ଧରି ଉତ୍ତମ ମଧ୍ୟମ ଦେଇଛନ୍ତି ।

ମିଳିଥିବା ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ରାଘପୁର ଗାଁକୁ ଶାସନ ଗାଁର କିଶୋର ମଳିକ ବରଯାତ୍ରୀରେ ଯାଇଥିଲେ । ରାସ୍ତା କଡ଼ରେ ବାଇକ୍ ରଖି ବର ପ୍ରୋସେସନରେ ଯିବା ବେଳେ ଅନ୍ଧାରର ସୁଯୋଗ ନେଇ ୬ ଜଣ ଦୁର୍ବୃତ୍ତ କିଶୋରଙ୍କ ନୂଆ ପଲସର ବାଇକ୍ ଟିକୁ ଚୋରି କରିବାକୁ ଉଦ୍ୟମ କରୁଥିଲେ । ହଠାତ୍ ଏହା କିଶୋରଙ୍କ ନଜରକୁ ଆସିଥିଲା । ଗ୍ରାମବାସୀଙ୍କ ସହାୟତାରେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଦୁର୍ବୁତ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିବା ବେଳେ ଆଉ ୪ ଜଣ ଦୁର୍ବୁତ୍ତ ଖସି ପଳାଇଥିଲେ ।

Comments are closed.