Odisha Link
Bridging the Missing Links in Odisha

OTET ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଲା OTET ପରୀକ୍ଷା ପାଇଁ ବିଜ୍ଞପ୍ତି। ଚଳିତମାସ ୧୫ରୁ ୨୬ ତାରିଖ ପର୍ଯ୍ୟନ୍ତ କେବଳ ଅନଲାଇନ୍‌ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ।
ଅନଲାଇନ୍‌ରେ ପେମେଣ୍ଟର ଶେଷ ତାରିଖ ଜୁଲାଇ ୨୯। ଏହିଦିନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ପେମେଣ୍ଟ କରିପାରିବେ। ପେପର-୧, ପେପର-୨ ପାଇଁ ଅଲଗା ଅଲଗା ଫି ଓ ଆବେଦନ କରିବେ ଛାତ୍ରଛାତ୍ରୀ।୨୦୧୮ OTET ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀ ସାନି ଆବେଦନ ମଧ୍ୟ କରିବେ। ସାନି ଆବେଦନ ପାଇଁ ପରୀକ୍ଷାର୍ଥୀଙ୍କୁ ଆଉ କୌଣସି ଫି ଦେବାକୁ ପଡ଼ିବ ନାହିଁ। ଅଗଷ୍ଟ ପ୍ରଥମ ସପ୍ତାହରେ OTET ପରୀକ୍ଷା ହେବ ବୋଲି ବୋର୍ଡ ସଭାପତି କହିଛନ୍ତି। ଜାନୁଆରୀ ୧୬ରେ ପ୍ରଶ୍ନପତ୍ର ଲିକ୍ ପାଇଁ OTET ପରୀକ୍ଷା ବାତିଲ ହୋଇଥିଲା।

Comments are closed.