Odisha Link
Bridging the Missing Links in Odisha

ପାଟକୁରାରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ୩ ପ୍ରମୁଖ ଦଳ

କେନ୍ଦ୍ରାପଡ଼ା : ଆଉ ମାତ୍ର ଚାରି ଦିନ ପରେ ପାଟକୁରା ନର୍ବାଚନ । ପାଟକୁରାରୁ ଡେରାବିଶ, ଡେରା ପକାଇଛନ୍ତି ନେତା । ନିର୍ବାଚନ ଯେତିକି ପାଖେଇ ଆସୁଛି ପାଟକୁରାରେ ସେତିକି ନେତାଙ୍କ ସୁଅ ଛୁଟୁଛି ।ପାଟକୁରାରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ସବୁ ରାଜନୈତିକ ଦଳ । ନିର୍ବାଚନ ପ୍ରଚାରରେ ଦୁଲୁକୁଛି ଦାଣ୍ଡ । ପ୍ରାର୍ଥୀମାନେ ଏବେ ଘରେ ଘରେ ବୁଲି ପ୍ରଚାର କରୁଛନ୍ତି । ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ୩ ପ୍ରମୁଖ ଦଳର ଷ୍ଟାର କ୍ୟାମ୍ପେନର । କେଉଁଠି ପଦଯାତ୍ରା ତ ଆଉ କେଉଠି ପଥପ୍ରାନ୍ତ ସଭା ।

ତେବେ ବିଜେଡି ପ୍ରଚାର ସମୟରେ ଛାତ୍ର ଓ ଯୁବ ଭୋଟରଙ୍କୁ ଟାର୍ଗେଟ କରିଥିବା ବେଳେ ବିଜେପି ନିଜ କର୍ମୀଙ୍କୁ ଏକଜୁଟ କରିବାରେ ଲାଗିଛି । ଅନ୍ୟପକ୍ଷରେ ଦଳର ପୁରୁଖା ନେତାଙ୍କୁ ପ୍ରଚାରରେ ଲଗେଇଛି କଂଗ୍ରେସ । ପାଟକୁରାରୁ ଫଳାଫଳକୁ ନେଇ ତିନି ପ୍ରମୁଖ ଦଳ ଆଶାବାଦୀ ହୋଇ ପଡିଥିବା ବେଳେ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଜୋରଦାର ପ୍ରୟାସ ଚଳାଇଛନ୍ତି ପ୍ରାର୍ଥୀ।
ଗତକାଲି ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜୟ ମହାପାତ୍ରଙ୍କୁ ନେଇ ବିଭିନ୍ନ ଅଞ୍ଚଳରେ ରୋଡ ସୋ କରିଥିଲେ । ସେହିଭଳି ବିଜେଡି ପକ୍ଷରୁ ସାଂସଦ ଅନୁଭବ ମହାନ୍ତି ଓ ରାଜା ସ୍ବାଇଁ ପ୍ରମୁଖ ନିଜ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।

Comments are closed.