Odisha Link
Bridging the Missing Links in Odisha

ଆପଣ ଆଧାର ନମ୍ବର ଭୁଲ୍‌ ଲେଖୁଛନ୍ତି କି? ତେବେ ୧୦ ହଜାର ଟଙ୍କା ତଣ୍ଡ ଦବୋକୁ ପ୍ରସ୍ତୁତ ରୁହନ୍ତୁ

ନୂଆଦିଲ୍ଲୀ: ଆପଣ କୌଣସି ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ରରେ ଆଧାର ନମ୍ବର ଭୁଲକରି ଲେଖୁଛନ୍ତି କି? ତେବେ ଜାଣି ରଖନ୍ତୁ ଏଭଳି କାର୍ଯ୍ୟ କଲେ ଆପଣଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ପଡିପାରେ। କୌଣସି ବଡ଼ ଧରଣର ଆର୍ଥିକ କାରବାର ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ରରେ ଆଧାର ନମ୍ବର ଭୁଲ ଲେଖିଲେ ଭାରତୀୟ ନାଗରିକଙ୍କୁ ଏଣିକି ୧୦ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଚଳିତ ବର୍ଷ ସେପ୍ଟେମ୍ବର ୧ରୁ ଏହି ତଣ୍ଡ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଏହା ପୂର୍ବରୁ ସମ୍ପୃକ୍ତ ଆଇନରେ ଆବଶ୍ୟକ ସଂଶୋଧନ ସହିତ ବିଜ୍ଞପ୍ତି ପ୍ରକାଶ କରାଯିବ।

ଯେକୌଣସି ବ୍ୟକ୍ତି ଯେତେ ଥର ଭୁଲ୍‌ ଆଧାର ନମ୍ବର ଲେଖି​‌ବେ ସେତେ ଥର ୧୦ହଜାର ଲେଖାଏଁ ତଣ୍ଡ ଗଣିବେ। ଗତ ୫ତାରିଖରେ କେନ୍ଦ୍ର ବଜେଟ ଉପସ୍ଥାପନ ସମୟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ଆୟକର ରିଟର୍ଣ୍ଣ ଦାଖଲ ସମୟରେ କିମ୍ବା କୌଣସି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଆବଶ୍ୟକ ସ୍ଥଳେ ପାନ୍‌ ବଦଳରେ ଆଧାର ବ୍ୟବହାର କରାଯାଇପାରିବ। ଏହି ପରିପ୍ରେକ୍ଷୀରେ ଭୁଲ ଆଧାର ନମ୍ବର ଉଲ୍ଲେଖ ପାଇଁ ଜରିମାନା ବ୍ୟବସ୍ଥା କରାଯାଇଛି। ଦେଶରେ ସମ୍ପ୍ରତି ୧୨୦ କୋଟି ଆଧାର ନମ୍ବର ପ୍ରଚଳିତ ଥିଲାବେଳେ ୪୧କୋଟି ପାନ୍‌ ରହିଛି। ସେଥିମଧ୍ୟରୁ ୨୨କୋଟି ଆଧାର ସହିତ ସଂଯୋଗ ହୋଇଛି।

Comments are closed.