Odisha Link
Bridging the Missing Links in Odisha

ଦ୍ୱିତୀୟ ସ୍ତ୍ରୀକୁ ବିଷ ଦେଇ ମାରିଦେଲା ନୃଶଂସ ସ୍ୱାମୀ

ବାଲେଶ୍ୱର : ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ନରହରିପୁର ଗାଁର କମଳାକାନ୍ତ ଦାସଙ୍କ ପ୍ରଥମ ସ୍ତ୍ରୀ ଛାଡ଼ି ପଳାଇଯାଇଥିଲେ। ତେଣୁ ସେ ଚାନ୍ଦିପୁର ଥାନା ଅନ୍ତର୍ଗତ ମୁଲଣାନଗର ଗାଁର ରାମଚନ୍ଦ୍ର ବେହେରାଙ୍କ ଝିଅ ସୀମାଲତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ରାଜା ବଗିଚା ସ୍ଥିତ ହର ପାର୍ବତୀଙ୍କ ମନ୍ଦିରରେ ଉଭୟଙ୍କ ବିବାହ ବିଧିବଦ୍ଧ ଭାବେ ହୋଇଥିଲା। ବିବାହ ପରେ ଉଭୟଙ୍କର ଶିଶୁ ପୁତ୍ରଟିଏ ଜନ୍ମ ହୋଇ ଥିଲା। ତେବେ ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ରହୁଥିଲା। ଯେଉଁଥିପାଇଁ ଅଧା ଦିନ ବାପ ଘରେ ରହୁଥିଲେ ସୀମା। ତେବେ କିଛିଦିନ ତଳେ ସୀମା ସ୍ୱାମୀଙ୍କ ପାଖକୁ ଚାଲି ଆସିଥିଲେ। ଭାବିଥିଲେ ଆଉଥରେ ସ୍ୱାମୀଙ୍କ ସହିତ ନୂଆ ଜୀବନ ଆରମ୍ଭ କରିବେ। ହେଲେ ସୀମାଙ୍କ ସ୍ୱପ୍ନ, ସ୍ୱପ୍ନରେ ରହିଗଲା।

ଗତକାଲି ସକାଳେ ବାପଘର ଲୋକେ ଖବର ପାଇଲେ ସୀମା ରେମୁଣା ହସ୍ପିଟାଲରେ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି। ପରେ ସଙ୍ଗେ ସଙ୍ଗେ ମେଡିକାଲକୁ ଆସି ଦେଖନ୍ତି ଚେତା ହରାଇ ବେଡରେ ପଡ଼ି ରହିଛନ୍ତି ସୀମା। ମୁହଁରୁ ବିଷ ଗନ୍ଧ ବାହାରୁଛି। ଯେତେ ଡ଼ାକିଲେ ମଧ୍ୟ ସେ ଶୁଣୁନଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି। ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ସୀମାଙ୍କର ମୃତ୍ୟୁ ଘଟିଥିଲା। । ଏନେଇ ବାପ ଘର ଲୋକେ ସ୍ୱାମୀ କମଳାକାନ୍ତଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଛନ୍ତି। ସ୍ୱାମୀ କମଳାକାନ୍ତ ପତ୍ନୀ ସୀମାଙ୍କୁ ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି।

Comments are closed.