Odisha Link
Bridging the Missing Links in Odisha

୩୩୨୩ ଗାଁକୁ ନାହିଁ ରାସ୍ତା : ବିଧାନସଭା

ଭୁବନେଶ୍ୱର : ଏବେବି ୩ ହଜାରରୁ ଉର୍ଦ୍ଧ୍ୱ ଗାଁକୁ ରାସ୍ତା ନାହିଁ । ଏନେଇ ଆଜି ଗୃହରେ ସ୍ୱୀକାର କରିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ।
ଆଜି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନର ତୃତୀୟ ଦିନରେ ପ୍ରଶ୍ନକାଳରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଓ ପଞ୍ଚାୟତ କାର୍ଯ୍ୟାଳୟକୁ ରାସ୍ତା ନ ଥିବାକୁ ନେଇ ବିରୋଧୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟକୁ ରାସ୍ତା ନ ଥିବା ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଉଦବେଗ ପ୍ରକାଶ କରିଥିଲେ । ଯାହାର ଉତ୍ତରରେ ଏବେବି ୩୩୨୩ଟି ଗ୍ରାମରେ ପଞ୍ଚାୟତ ଅଫିସକୁ ରାସ୍ତା ନାହିଁ ବୋଲି ମନ୍ତ୍ରୀ ପ୍ରତାପ ଜେନା ଗୃହରେ ମାନିଛନ୍ତି । ତେବେ ଖୁବ୍‌ ଶୀଘ୍ର ରାସ୍ତା ନିର୍ମାଣ କରିବାକୁ ପଦକ୍ଷେପ ନିଆଯାଉଛି । ମେଟାଲ ଓ ମୋହରମ୍‌ ରାସ୍ତା ନ କରି ପକ୍କା ରାସ୍ତା ପାଇଁ ଯୋଜନା କରାଯାଉଥିବା ସେ ସଫେଇ ଦେଇଛନ୍ତି ।

Comments are closed.