Odisha Link
Bridging the Missing Links in Odisha

ଆଜି ପାଟକୁରାରେ ନବୀନ କରିବେ ରୋଡ୍ ଶୋ

ଭୁବନେଶ୍ବର: ଆଜି ପାଟକୁରାରେ ପ୍ରଚାର କରିବେ ବିଜେଡ଼ି ସୁପ୍ରିମୋ ନବୀନ। ସାଧାରଣ ନିର୍ବାଚନବେଳେ ଯେଉଁ ଅତ୍ୟାଧୁନିକ ବସରେ ନବୀନ ପ୍ରଚାର କରୁଥିଲେ ସେହି ବସରେ ପାଟକୁରା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ ବୋଲି ସୂଚନା ରହିଛି। ନବୀନ ପାଟକୁରା ନିର୍ବାଚନମଣ୍ଡଳୀର ଡେରାବିଶ, ଗରଦପୁର ଓ ମାର୍ଶାଘାଇ ବ୍ଲକରେ ରୋଡ୍ ଶୋ’ କରିବା ସହ ରାସ୍ତାକଡ଼ରେ ଥିବା ଲୋକମାନଙ୍କୁ ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି।

କାର୍ଯ୍ୟସୂଚୀ:ନବୀନଙ୍କ ପାଟକୁରା ଗସ୍ତ କାର୍ଯ୍ୟସୂଚୀ ଅନୁସାରେ ଶ୍ରୀ ପଟ୍ଟନାୟକ ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ କେନ୍ଦ୍ରାପଡ଼ା ଯାଇ ବାରିମୂଳ ପଞ୍ଚାୟତ ପଡ଼ିଆରେ ସକାଳ ୯ଟା ୫୦ମିନିଟରେ ଅବତରଣ କରିବେ। ତା’ପରେ ବିଜେଡିର ଅତ୍ୟାଧୁନିକ ବସରେ ଡେରାବିଶ ବ୍ଲକର ନହଙ୍ଗା ଛକ-ଶାନ୍ତାପୁରା- ନୋଲାସାହି ଛକ-ରଘୁଦେଇପୁର ଗାଁ-ବଜାର ଗାଁ-ସଦାନନ୍ଦନପୁର ଛକ-ପଞ୍ଚୁପାଣ୍ଡବ ବଜାର-ବଳଭଦ୍ରପୁର ଛକ-କୋନାଲ ଛକ-ନୂଆହାଟ ଛକ-ଡେରାବିଶ ବଜାର-ବାଲିଆ ଛକ-ପଲେଇ-ଚାନ୍ଦୋଳ-ଚଣ୍ଡି ବଜାର ଦେଇ ଜନ୍ତିଲୋ ଆଇବିରେ ମଧ୍ୟାହ୍ନ ୧୨ଟା ୪୫ମିନିଟରେ ପହଞ୍ଚିବେ। ସେଠାରେ ସେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ କରିବା ପରେ ୧ଟା ୪୫ମିନିଟରେ ହଳଦିଆଗଡ଼ ଯିବେ।

ହଳଦିଆଗଡ଼ରୁ ଗରଦପୁର ବ୍ଲକର ନୂଆପଡ଼ା-ବାଦେରୀ-ପାଟକୁରା-ଗରଦପୁର-କଳାବୁଦା-କୋରୁଆଁ-ମାହାଳ-ଚନପୁର ଛକ-ପଣସୁଆପଡ଼ା-ନଦୀବାରେଇ-ଟିକନପୁର ଜେନାସାହି-ରୁଣ୍ଡାଲରେ ପହଞ୍ଚିବେ। ସେଠାରୁ ସନ୍ଧ୍ୟା ସାଢ଼େ ୫ଟାରେ ସେ ମାର୍ଶାଘାଇ ବ୍ଲକର ପେଣ୍ଠ-କୁଳସାହି ଛକ-ରଙ୍କାଲଗଡ଼-ଜାମାପଡ଼ା-ଦଳନ୍ତ ଗଡ଼-ତାଳଗାଁ ଛକ- କରିଲୋପାଟଣା ହାଟ ଆଦି ଦେଇ ଦୁହୁରିଆ ଛକ ଓ ଚଣ୍ଡିଖୋଲ ଦେଇ ରାତି ୯ଟାରେ ନବୀନ ନିବାସ ଫେରିବେ ବୋଲି ଜଣାପଡ଼ିଛି।
ନବୀନଙ୍କ ପ୍ରଚାର ଉପରେ ସମସ୍ତଙ୍କ ନଜର:
ସାଧାରଣ ନିର୍ବାଚନରେ ନବୀନ ମୋଦି ସରକାରଙ୍କୁ ଯେଉଁପରି ଭାବେ ସିଧା ସଳଖ ଟାର୍ଗେଟ କରୁଥିଲେ ତାହା ସାଧାରଣ ନିର୍ବାଚନ ପରେ ଦେଖଇବାକୁ ମିଳିନଥିଲା। ସାଧାରଣ ନିର୍ବାଚନ ପରେ ବିଜେଡ଼ି ବିଜେପି ଭାଇ ଭାଇ ପରି ପରିଲିକ୍ଷିତ ହେଉଛନ୍ତି। ଆଜିର ପ୍ରଚାର ମଇଦାନରେ ନବୀନଙ୍କ ଆଭିମୁଖ୍ୟ କଣ ରହିବ ତାକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ। କେଉଁ କଥା କହି ପାଟକୁରା ବାସୀଙ୍କ ମନ ଜିଣିବେ ସୁପ୍ରିମୋ ନବୀନ ତାହା ଦେଖିବାକୁ ବାକି ରହିଲା।

Comments are closed.