Odisha Link
Bridging the Missing Links in Odisha

ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ହେଲେ ବିଶ୍ବ ଭୂଷଣ ହରିଚନ୍ଦନ

ନୂଆଦିଲ୍ଲୀ: ଓଡ଼ିଶା ବିଜେପିର ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ହେଲେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ। ରାଷ୍ଟ୍ରପତି ତାଙ୍କୁ ଆନ୍ଧ୍ରର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ଆଜି ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ଛତିଶଗଡ଼ ରାଜ୍ୟପାଳ ଭାବେ ସୁଶ୍ରୀ ଅନୁସୂୟା ଉଇକେ ନିଯୁକ୍ତ ହୋଇଛନ୍ତି।

ଓଡ଼ିଶାର ବିଜେପିର ଏହି ଭେଟରାନ ନେତା ପୂର୍ବରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହେବା ସହ ବିଜେଡି-ବିଜେପି ମେଣ୍ଟ ସରକାରରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଗତ କିଛି ବର୍ଷ ଧରି ବିଶ୍ୱଭୂଷଣ ପ୍ରତ୍ୟକ୍ଷ ନିର୍ବାଚନରୁ ଦୂରେଇ ରହିଥିଲେ ମଧ୍ୟ ଦଳର ପ୍ରଚାରର ମଙ୍ଗ ଧରିଥିଲେ। ଚିଲିକାରୁ ୨ ଥର ଓ ଭୁବନେଶ୍ୱରରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବିଶ୍ୱଭୂଷଣ। ଏହାପୂର୍ବରୁ  ହରେକୃଷ୍ଣ ମହତାବ ବମ୍ବେର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକି ବଲ୍ଲଭ ପଟ୍ଟନାୟକ ଆସାମର ରାଜ୍ୟପାଳ ଭାବେ ଏବଂ ଦ୍ରୌପଦୀ ମୁର୍ମୁଙ୍କୁ ଝାଡଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା।

Comments are closed.