Odisha Link
Bridging the Missing Links in Odisha

ବିଜେପିରେ ମିଶିଲେ ନୀରଜ ଶେଖର

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁଅ ନୀରଜ ଶେଖର। ଏହି ସାକ୍ଷାତ ପରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ନୀରଜ। ଗତକାଲି ସେ ରାଜ୍ୟସଭା ଓ ସମାଜବାଦୀ ପାର୍ଟିରୁ ଇସ୍ତଫା ଦେଇଥିଲେ। ସମାଜବାଦୀ ପାର୍ଟିରୁ ଇସ୍ତଫା ଦେବା ପରେ ସେ ବିଜେପି ମୁଖ୍ୟ ଅମିତ ଶାହ ଓ ଅନ୍ୟ ବରିଷ୍ଠ ବିଜେପି ନେତାଙ୍କୁ ସାକ୍ଷାତ କରିଥିଲେ।

ଆଜି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଗୃହରେ ଶେଖରଙ୍କ ଇସ୍ତଫା ସମ୍ପର୍କରେ ଘୋଷଣା କରିଥିଲେ। ଏହାକୁ ନେଇ ବିରୋଧୀ ହୋ-ହାଲ୍ଲା କରିବାରୁ ସେ ବାଧ୍ୟ ହୋଇ ଗୃହ କାର୍ଯ୍ୟକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ। ଶେଖର ୨୦୧୪ରେ ସମାଜବାଦୀ ଟିକେଟ୍‌ରୁ ରାଜ୍ୟସଭାକୁ ଯାଇଥିଲେ। ତାଙ୍କ କାର୍ଯ୍ୟକାଳ ୨୦୨୦ ନଭେମ୍ବର ୨୫ରେ ଶେଷ ହେବାର ଥିଲା। ଏବେ ଏହି ଆସନ ପାଇଁ ଉପ ନିର୍ବାଚନ ହେବ। ବିଜେପି ଉତ୍ତର ପ୍ରଦେଶରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବାରୁ ବେଶ ଆରାମରେ ଖାଲି ପଡ଼ିଥିବା ଏହି ଆସନକୁ କବଜା କରିବ।

Comments are closed.