Odisha Link
Bridging the Missing Links in Odisha

୧୦ ଲକ୍ଷ ଓଡ଼ିଆ ଯୁବପିଢୀଙ୍କୁ ବିଜେପି ସଦସ୍ୟ କରିବ: ଯୁବମୋର୍ଚ୍ଚା

ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ବିଜେପିର ସଦସ୍ୟତା ଅଭିଯାନରେ ରାଜ୍ୟର ଅନ୍ୟୁନ ୧୦ ଲକ୍ଷ ଯୁବକଙ୍କୁ ଦଳର ସଦସ୍ୟ କରିବାକୁ ବିଧିବଦ୍ଧ ଅଭିଯାନ ଓ ଏହାର ଯୋଜନା ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ଅତୁଲ କୁମାର ଏବଂ ରାଜ୍ୟ ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ। ବିଜେପି ଯୁବମୋର୍ଚ୍ଚାର ଦୁଇ ବରିଷ୍ଠ ନେତା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ୨୬ ଜୁଲାଇ କାର୍ଗିଲ ବିଜୟ ଦିବସ ଏବଂ ୯ ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ସାରା ରାଜ୍ୟରେ ବୁଥସ୍ତର ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ତରଫରୁ ବ୍ୟାପକ ସଦସ୍ୟତା ଅଭିଯାନ କରାଯାଇ ରାଜ୍ୟର ଯୁବପିଢୀକୁ ସଦସ୍ୟ କରିବା ପାଇଁ ବଡ ଉଦ୍ୟମ କରାଯିବ।

ଯୁବମୋର୍ଚ୍ଚା ନେତା କହିଛନ୍ତି ବିଜେପିକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ପାଇଁ ଯୁବମୋର୍ଚ୍ଚା ତରଫରୁ ରାଜ୍ୟର ସବୁ ଅଂଚଳ ସମାଜର ସବୁ ବର୍ଗର ଯୁବଗୋଷ୍ଠୀକୁ ଦଳରେ ସାମିଲ ପାଇଁ ବିଶେଷ ଯୋଜନା ଆଧାରରେ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି। ବିଜେପିର ନେସନ୍ ଫାଷ୍ଟ୍ ଓ ଗରିବ କଲ୍ୟାଣ ଯୋଜନା ଯୁବପିଢୀଙ୍କୁ ବିଜେପି ଆଡକୁ ବେଶ ଆକର୍ଷିତ କରୁିଛି ବୋଲି ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ଅତୁଲ କୁମାର ଏବଂ ରାଜ୍ୟ ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ, ରାଜ୍ୟ ସଂପାଦକ ଇରାଶିଷ ଆଚାର୍ଯ୍ୟ, ଦୀପକ ଗୋଚ୍ଛାୟତ ଓ ଓମ ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.