Odisha Link
Bridging the Missing Links in Odisha

ଶବରୁ ଆଖି ତାଡ଼ିନେଲେ

ଅନୁଗୁଳ : ଅନୁଗୁଳ ମେଡିକାଲରେ ଶବରୁ ଆଖି ତାଡ଼ି ନିଆଯାଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ବାପା ଏହି ଅଭିଯୋଗ ଆଣିଛନ୍ତି । ଗତକାଲି ରାତିରେ ୪ ବର୍ଷର ଝିଅକୁ ମେଡିକାଲକୁ ଆଣିଥିଲେ ବାପା । ବଅଁରପାଳ ବ୍ଲକ ନୂଆହତା ଗ୍ରାମରୁ ଅନୁଗୁଳ ମେଡିକାଲକୁ ଆଣିଥିଲେ । ତେବେ ରାତିରେ ମେଡିକାଲରେ ଝିଅର ମୃତୁ୍ୟ ହୋଇଥିଲା । ବ୍ୟବଚ୍ଛେଦ ପାଇଁ ଶବକୁ କାଲି ରାତିରେ ମର୍ଗରେ ରଖାଯାଇଥିଲା । ତେବେ ଆଜି ବ୍ୟବଚ୍ଛେଦ ପାଇଁ ନେଲା ବେଳେ ଆଖି ନଥିବା ଦେଖାଯାଇଥିଲା ।
ତେବେ ଶିଶୁ କନ୍ୟାର ମୃତୁ୍ୟ ସମ୍ପର୍କରେ ଟାଉନ ଥାନା ଆଇଆଇ କହିଛନ୍ତି ଯେ, ମେଡିକାଲରେ ରିସିଭ ଡେଡ ହେତୁ ବ୍ୟବଚ୍ଛେଦ ପାଇଁ ରଖାଯାଇଥିଲା । ତେବେ ଆଖି କୁଆଡେ଼ ଗଲା ସେ ନେଇ ମେଡିକାଲ କର୍ତ୍ତୃପକ୍ଷ କହିପାରିବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରିନାହିଁ ।

Comments are closed.