Odisha Link
Bridging the Missing Links in Odisha

ଲଜ୍ୟା: ୭୦ବର୍ଷ ବୃଦ୍ଧା ମହିଳାଙ୍କୁ ଦୁଷ୍କର୍ମ!

ସମ୍ବଲପୁର: ସମ୍ବଲପୁର ମହୁଲପାଲି ଥାନା ପଣ୍ଡିଆଢିପା ଗ୍ରାମରେ ଏକ ନିନ୍ଦନୀୟ ଘଟଣା ଘଟିଛି। ଏକ ୭୦ ବୟସର ବୃଦ୍ଧା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣକୁ ଅଟକ ରଖିଛି ପୋଲିସ୍।

ସମ୍ୱଲପୁର ଜିଲ୍ଲା ମହୁଲପାଲି ଥାନା ଅଞ୍ଚଳରେ ଜଣେ ୭୦ ବର୍ଷର ବୃଦ୍ଧାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହା ପରେ ଅତ୍ୟଧିକ ରକ୍ତସ୍ରାବ ହେବା ଯୋଗୁ ସେ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି। ଏଥିସହ ଜଣଙ୍କ ଉପରେ ସନ୍ଦେହ କରି ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Comments are closed.