Odisha Link
Bridging the Missing Links in Odisha

ରାତି ପାହିଲେ ପାଟକୁରାରେ ପଡିବ ଭୋଟ୍: ଇଭିଏମ ସହ ବୁଥ ଅଭିମୁଖେ ପୁଲିଂ ପାର୍ଟି

କେନ୍ଦ୍ରାପଡ଼ା : ଆଉ ମାତ୍ର ଗୋଟିଏ ରାତି ପରେ ପାଟକୁରା ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ । ଏଥିପାଇଁ ଭୋଟଗ୍ରହଣ କେନ୍ଦ୍ରରେ ପହଞ୍ଚୁଛନ୍ତି ପୁଲିଂ ପାର୍ଟି । ଇଭିଏମ ଓ ଅନ୍ୟ ଆବଶ୍ୟକ ସରଞ୍ଜାମ ସହ ପୁଲିଂ ପାର୍ଟି ବୁଥରେ ପହଞ୍ଚୁଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ୩୦୯ଟି ବୁଥରେ ମତଦାନ ହେବ । ନିର୍ବାଚନ ପରିଚାଳନା ପାଇଁ ୧୭୦୦ ପୁଲିଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।
ଏଥିରେ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୨ଲକ୍ଷ ୪୪ହଜାର ୭୪୭ ମତଦାତା । ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ୪କମ୍ପାନୀ ସିଆରପିଏଫ୍ ଯବାନ ମୁତୟନ କରାଯିବା ସହ ୩୧ଟି ବୁଥରେ ୱେବ୍ କାଷ୍ଟିଂ , ୪୦ଟି ସ୍ଥାନରେ ସିସିଟିଭି, ୫୨ଜଣ ମାଇକ୍ରୋ ଅବଜରଭର, ୧୫ଟି ବୁଥରେ ଭିଡିଓଗ୍ରାଫି କରିବାକୁ ନିଷ୍ପତି ହୋଇଛି । ମତାଦାତାଙ୍କ ସୁବିଧା ପାଇଁ ସମସ୍ତ ୩୦୯ଟି ଯାକ ବୁଥରେ ପିଇବା ପାଣି, ବିଦ୍ୟୁତ୍ ସଂଯୋଗ, ଶୌଚାଳୟ, ବିଶ୍ରାମସ୍ଥଳୀର ବ୍ୟବସ୍ଥା କରାଯାଇଛି ।

Comments are closed.