Odisha Link
Bridging the Missing Links in Odisha

ବାହୁଡ଼ା ପରେ ମହାପ୍ରଭୁଙ୍କ ପ୍ରଥମ ବନକଲାଗି ଆଜି

ପୁରୀ: ହେରାପଞ୍ଚମୀର ପୂର୍ବ ଦିନ ଆଡ଼ପମଣ୍ଡପରେ ବିରାଜମାନ କରିଥିବା ଶ୍ରୀଜୀଉଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହୋଇଥିଲା। ଏହା ପରଠାରୁ ଶ୍ରୀ ଜିଉଙ୍କର ଆଉ ବନକଲାଗି ନୀତି ହୋଇନଥିଲା।
ବାହୁଡା ବିଜେ ପରେ ରତ୍ନବେଦୀରେ ଆଜି ପ୍ରଥମ ଥର ଲାଗି ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ସରି ପଛ ଭୋଗମଣ୍ଡପ ବଢିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନସିଂହାସନରେ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ।
ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ଦୀର୍ଘ ସମୟ ଧରି ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନ ସାମଗ୍ରୀରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକି ଉଠିବ । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ପ୍ରାୟ ୪ ଘଣ୍ଟାର ନୀତି ରହିଛି। ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.