Odisha Link
Bridging the Missing Links in Odisha

ଚୋରକୁ ନିର୍ଧୂମ ଛେଚିଲେ ଗ୍ରାମବାସୀ

ନୟାଗଡ଼: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ବାଇଗୁଣିଆ ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଚୋରି କରୁଥିବା ଅବସ୍ଥାରେ ଜଣେ ଚୋରଙ୍କୁ ଧରି ନିର୍ଧୂମ ଛେଚିଛନ୍ତି ଦେଇଛନ୍ତି ଗ୍ରାମବାସୀ। ଅନ୍ୟ ୩ଜଣ ଚୋର ମଉକା ଦେଖି ଫେରାର ହୋଇଯିବାରେ ସଫଳ ହୋଇଛନ୍ତି। ଜଣେ ଚୋରଙ୍କୁ ଗ୍ରାମବାସୀ ପୁଲିସ ଜିମା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବିକ, ଗତକାଲି ରାତିରେ ବାଇଗୁଣିଆ ଗାଁର ପଠାଣି ନନ୍ଦ ନାମକ ଜଣେ ବ୍ୟକ୍ତିଙ୍କ ଘରେ ୪ ଜଣ ଚୋର ପଶି ଥିଲେ। ଏହାକୁ ପଡ଼ୋଶୀ ଘରର ଜଣେ ବ୍ୟକ୍ତି ଥିଲେ। ଏହା ପରେ ସେ ଅନ୍ୟମାନଙ୍କୁ ଖବର ଦେଇଥିଲେ। ସବୁ ଗ୍ରାମବାସୀ ଏକାଠି ହୋଇ ଚୋରମାନଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ। ଏ ୪ଜଣ ଚୋରଙ୍କ ମଧ୍ୟରୁ ଜଣେ ଧରା ପଡ଼ିଥିବା ବେଳେ ଅନ୍ୟ ୩ଜଣ ସୁନାଗହଣା ଓ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ଦୁଇ ଜଣ ଚୋରଙ୍କୁ ଗାଁ ଲୋକ ନିସ୍ତୁକ ମାଡ଼ ମାରିବା ସହିତ ପୋଲିସ ଜିମା ଦେଇଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଁଚି ଚୋରମାନଙ୍କୁ ଗିରଫ କରିବା ସହିତ ଗୋଟିଏ ବାଇକ ଜବତ କରିଛି। ଅପରପକ୍ଷେ ପୁଲିସ ତଦନ୍ତ ଚଳାଇଛି।

Comments are closed.