Odisha Link
Bridging the Missing Links in Odisha

ଲୋକସଭାରେ ଆଜି ଆଗତ ହୋଇପାରେ ତିନି ତଲାକ୍ ବିଲ୍

ନୂଆଦିଲ୍ଲୀ: ଆଜି ଲୋକସଭାରେ ହୋଇପାରେ ‘ତିନି ତଲାକ’ ବିଲ ଉପରେ ଆଲୋଚନା। ଏହା ସହିତ ବିଲ ପାସ ହେବାର ସମ୍ଭାବନା ରହିଛି। ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି ନିଜର ସାଂସଦଙ୍କୁ ହୁଇପ ଜାରି କରିଛି। ଏଥିପାଇଁ ବିଜେପି ଗୃହରେ ସାଂସଦ ମାନଙ୍କ ଉପସ୍ଥିତି ସୁନିଶ୍ଚିତ ରହିବାକୁ କହିଛି। ବିଲରେ ଏକକାଳୀନ ତିନିଥର ତଲାକ କହି ତଲାକ ଦେବା (ତଲାକ-ଏ-ବିଦ୍ଦତ)କୁ ଅପରାଧ ବୋଲି କୁହାଯାଉଛି। ଦୋଷୀଙ୍କୁ ଜେଲଦଣ୍ଡ ମିଳିବାର ବ୍ୟବସ୍ଥା କରାଯାଇଛି।

ମୋଦି ସରକାରଙ୍କ ଦ୍ବିତୀୟ ଇଂନିସର ଦାୟିତ୍ବ ଗ୍ରହଣ କରିବା ପାରେ ପ୍ରଥମ ଅଧିବେଶନରେ ଏହି ବିଧେୟକକୁ ଉପସ୍ଥାପନ କରାଯାଇଥିଲା। ବିରୋଧୀ ଦଳ ଏ ବିଲକୁ ବିରୋଧ କରି ଆସୁଛନ୍ତି। ସୂଚନାଥାଉକି, ଗତ ଥର ରାଜ୍ୟସଭାରେ ତିନି ତଲାକ ବିଲ ପାସ ହୋଇପାରି ନଥିଲା। ବିରୋଧୀ ଦଳ ହିନ୍ଦୁ ଓ ଖ୍ରୀଷ୍ଟିଆନ ବିବାହ ଆଇନରେ ତଲାକ ସହିତ ଜଡ଼ିତ ଆଇନ ସମାନସ୍ତରକୁ ଆଣିବାକୁ ଦାବି କରିଥିଲେ।

Comments are closed.