Odisha Link
Bridging the Missing Links in Odisha

ଭାରତ-ଆମେରିକାର ସମ୍ପର୍କ ଭଲ: ଆମେରିକା

ଓ୍ୱାଶିଂଟନ: କଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଦେଇଥିବା ମନ୍ତବ୍ୟକୁ ଭାରତ ବିରୋଧ କରୁଥିବା ପ୍ରସଙ୍ଗରେ ନିଜ ଉତ୍ତର ରଖିଛି ହ୍ବାଇଟ୍‌ ହାଉସ୍। ଗୁରୁବାର ହ୍ୱାଇଟ୍ ହାଉସର କାଉନସେଲର କେଲ୍ଲାୟାନ୍ନେ କୋନଓ୍ୱେ ଗତକାଲି ଏକ ପ୍ରେସ୍ କନଫରେନସରେ ନିଜର ମତ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି ଯେ, ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତ ସରକାର ସହିତ ଆମେରିକାର ଭଲ ସମ୍ପର୍କ ରହିଛି ଏହଂ ଏହା ଆଗକୁ ବଢ଼ୁଛି। ଏପରି ପ୍ରତିକ୍ରିୟା ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଦିଆଯାଇଛି।

ସୂଚନାଥାଉକି, ଗତ ସପ୍ତାହରେ ହ୍ୱାଇଟ୍ ହାଉସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ସହ ମିଳିତ ପ୍ରେସ୍ କନଫରେନ୍ସ ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ କଶ୍ମୀର ପ୍ରସଙ୍ଗର ସମାଧାନ ପାଇଁ ଭାରତର ପ୍ରଧାନମନ୍ତ୍ରୀ ତାଙ୍କୁ ମଧ୍ୟସ୍ଥତା କରିବା ପାଇଁ ପ୍ରସ୍ତାବ ଦେଇଥିଲେ।

Comments are closed.