Odisha Link
Bridging the Missing Links in Odisha

ପୂର୍ବତନ ଖେଳାଳି ଟିମ୍‌ ଇଣ୍ଡିଆ କୋଚ୍‌ ହେବାକୁ ଆବେଦନ କଲେ, ଜାଣନ୍ତୁ କିଏ ସେ?

ନୂଆଦିଲ୍ଲୀ: ଚର୍ଚ୍ଚାରେ ଟିମ୍‌ ଇଣ୍ଡିଆର ପୂର୍ବତନ ଖେଳାଳି ରବିନ ସିଂହ। କାରଣ ଟିମ୍‌ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ କୋଚ୍ ହେବାକୁ ଆବେଦନ କରିଛନ୍ତି। ଦୀର୍ଘ ୧୫ ବର୍ଷ ହେଲା ରବିନ୍‌ ସିଂହ ବିଭିନ୍ନ ଟିମ୍‌ର କୋଚିଂ ଭାର ସମ୍ଭାଳି ସାରିଛନ୍ତି। ତେଣୁ କୋଚ ହେବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି। ୨୦୦୭ରୁ ୨୦୦୯ ଯାଏ ରବିନ ସିଂହ ଟିମ୍‌ ଇଣ୍ଡିଆର ଫିଲ୍ଡିଂ କୋଚ ଭାବେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି। ଅଣ୍ଡର-୧୯ ଓ ଭାରତୀୟ ଏ’ ଟିମ୍‌ ସହ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ଏହାବାଦ୍‌ ଆଇପିଏଲ୍‌ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ଫିଲ୍ଡିଂ କୋଚ ଭାବେ ସେ ମଧ୍ୟ ବେଶ ସଫଳତା ପାଇଛନ୍ତି।

ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ପଦ ପାଇଁ ଆବେଦନ କରିଥିବା ରବିନ ସିଂହ କହିଛନ୍ତି, “ଟିମ୍‌ ଇଣ୍ଡିଆ ଲଗାତର ଦୁଇଟି ଯାକ ବିଶ୍ୱକପ୍‌ରେ ସେମିଫାଇନାଲରେ ପରାସ୍ତ ହୋଇଛି। ତେଣୁ ପରିବର୍ତ୍ତନ ନିହାତି ଆବଶ୍ୟକ। ବର୍ତ୍ତମାନ କୋଚ୍‌ଙ୍କ ଅଧୀନରେ ଦଳ ଏକାଧିକ ଆଇସିସି ଟୁର୍ଣ୍ଣାମେଣ୍ଟ ମଧ୍ୟ ହାରିଛି। ତେଣୁ ଏବେଠାରୁ ୨୦୨୩ ବିଶ୍ୱକପ୍‌ ପାଇଁ ଯୋଜନା କରିବାକୁ ପଡ଼ିବ ଏବଂ ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ ପରିବର୍ତ୍ତନ ମଧ୍ୟ କରିବାକୁ ହେବ ବୋଲି କହିଛନ୍ତି ରବିନ୍‌ ସିଂହ। ” ଚଳିତ ବିଶ୍ୱକପ୍‌ ସେମିଫାଇନାଲ୍‌ରେ ଭୁଲ ବ୍ୟାଟିଂ କ୍ରମ ଯୋଗୁ ଆମକୁ ହାରିବାକୁ ପଡ଼ିଲା। ମୁଁ ସେହି ସ୍ଥାନରେ ଥିଲେ ବିରାଟ କୋହଲିଙ୍କୁ ୪ନଂରେ ଓ ଧୋନିଙ୍କୁ ୫ନଂରେ ବ୍ୟାଟିଂ କରିବାକୁ କହିଥାଆନ୍ତି।

ଦୀନେଶ କାର୍ତ୍ତିକଙ୍କ ବଦଳରେ ମୟଙ୍କ ଅଗ୍ରୱାଲଙ୍କୁ ବଛାଯିବା ଉଚିତ ଥିଲା। ସେ ୩ନଂରେ ବ୍ୟାଟିଂ କରିପାରି ଥାଆନ୍ତେ। ଶେଷ ଭାଗରେ ଆମ ପାଖରେ ୩ ଜଣ ବଡ଼ ଶଟ ଖେଳିବା ଭଳି ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା ରହିଥାଆନ୍ତେ। ଏହା ନିଶ୍ଚିତ ଫଳାଫଳ ଉପରେ ପ୍ରଭାବ ପକାଇ ପାରିଥାଆନ୍ତା।”

Comments are closed.