Odisha Link
Bridging the Missing Links in Odisha

ଶିଶୁକନ୍ୟାଙ୍କୁ ସମ୍ପର୍କୀୟ ଭାଇର ଦୁଷ୍କର୍ମ

ବରଗଡ଼ : ରାଜ୍ୟରେ ଦୁଷ୍କର୍ମ ଥମିବା ପରିବର୍ତ୍ତେ ବଢିବାରେ ଲାଗିଛି। ଏକ ସମ୍ବେଦନଶୀଳ ଅଭିଯୋଗ ଆସିଛି ବରଗଡ ଜିଲ୍ଲା ଅତାବିରା ଥାନା ଅଞ୍ଚଳରୁ। ଏଠାରେ ଜଣେ ୪ ବର୍ଷର ଶିଶୁକନ୍ୟାକୁ ତାର ଜଣେ ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଏ ନେଇ ଶିଶୁକନ୍ୟାର ପରିବାର ଲୋକଙ୍କ ଏତଲା କ୍ରମେ ଅଭିଯୁକ୍ତକୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି । ଅଭିଯୁକ୍ତଙ୍କ ପରିବାର ଓ ଶିଶୁକନ୍ୟାଙ୍କ ପରିବାର ପାଖାପାଖି ରହୁଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

Comments are closed.