Odisha Link
Bridging the Missing Links in Odisha

କଟକରେ ଆତଙ୍କ ଖେଳାଇଥିବା ସାଇକୋ କିଲର୍ ଗିରଫ

କଟକ : କଟକରେ ବେଶ୍ କିଛି ଦିନ ହେଲା ଆତଙ୍କ ଖେଳାଇଥିବା ସାଇକୋ କିଲର୍‌କୁ ଶେଷରେ କମିଶନରେଟ୍ ପୁଲିସ୍ ଗିରଫ କରିବାରେ ସଫଳ ହୋଇଛି। କଟକ ଡିସିପି ଅଖିଳେଶ୍ୱର ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଗିରଫ ସନ୍ଦିଗ୍ଧ ବ୍ୟକ୍ତିଙ୍କ ନାଁ ନାରାୟଣ ସାହୁ। ତାଙ୍କ ଘର ଗଞ୍ଜାମ ଅଞ୍ଚଳରେ।
ସୂଚନା ଅନୁସାରେ, ଜୁଲାଇ ୨୩ ତାରିଖରେ କଟକରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ୨୪ ତାରିଖରେ ଆଉ ଜଣଙ୍କୁ ହତ୍ୟା କରାଯାଇଥିଲା। ଏହା କୌଣସି ସାଇକୋ କିଲରଙ୍କ କାଣ୍ଡ ହୋଇଥିବା ଆଶଙ୍କା କରି ପୁଲିସ୍ ସେ ଦିଗରେ ତଦନ୍ତ ଚଳାଇଥିଲା ଓ ଗତକାଲି ଏନେଇ ଏକ ବଡ଼ ସୁରାକ୍ ପାଇଥିଲା।

Comments are closed.