Odisha Link
Bridging the Missing Links in Odisha

ବାହାରେ ଛିଡ଼ା ହୋଇଥିବା ମହିଳାଙ୍କ ବେକ କାଟି ଦୁର୍ବୃତ୍ତ ଫେରାର

କଟକ : କଟକରେ ପୁଣି କିଲର୍‌ ଆତଙ୍କ। ଗତକାଲି ରାତିରେ ଯୋବ୍ରା ମଲା ସାହିରେ ଜଣେ ମହିଳାଙ୍କ ବେକକୁ କେହି ଦୁର୍ବୃତ୍ତ କାଟି ଦେଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସନ୍ଧ୍ୟା ତରାଇ।
ମିଳିଥିବା ସୂଚନା ଅନୁସାରେ, ଘର ବାହାରେ ସନ୍ଧ୍ୟା ଛିଡ଼ା ହୋଇଥିବା ବେଳେ ଦୁର୍ବୃତ୍ତ ଜଣଙ୍କ ସ୍କାର୍ଫ ଘୋଡ଼ାଇ ହୋଇ ଆସିଥିଲେ। ପରେ ତାଙ୍କ ବେକକୁ କାଟି ଦେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ପାଟି କରିବା ପରେ ସ୍ଥାନୀୟ ଲୋକେ ଦୁର୍ବୃତ୍ତକୁ ଧରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ଏଥିରେ ବିଫଳ ହୋଇଥିଲେ।
ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ମଧ୍ୟ ଦେଖା ଦେଇଥିଲା। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। କଟକ ସିରିଏଲ ହତ୍ୟାକାଣ୍ଡରେ ସାଇକୋ କିଲର ଚିହ୍ନଟ ହୋଇଥିବା ବେଳେ ଗତକାଲି ମହିଳାଙ୍କ ଉପରେ ହୋଇଥିବା ଆକ୍ରମଣକାରୀ ଜଣକ ସାଇକୋ କିଲର ନା ଆଉ କିଏ ତାହା ଏବେ ବି ସନ୍ଦେହ ଘେରରେ। ଗତ କିଛି ଦିନ ଧରି କଟକରେ ସାଇକୋ କିଲର ଆତଙ୍କ ଜାରି ରହି ଥିବାରୁ ଗତକାଲିର ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ପୁଣି ଭୟର ବାତାବରଣ ଖେଳି ଯାଇଛି।

Comments are closed.