Odisha Link
Bridging the Missing Links in Odisha

ବିଦେଶରେ ସୁଦର୍ଶନଙ୍କୁ ସଫଳତା

ଭୁବନେଶ୍ୱର : ବୋଷ୍ଟନରେ ଆୟୋଜିତ ଆନ୍ତର୍ଜାତିକ ବାଲୁକା କଳା ଚାମ୍ପିଅନ୍‌ଶିପ୍‌ରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ‘ପିପୁଲ୍ସ ଚଏସ୍ ଆଓ୍ୱାର୍ଡ’ ମିଳିଛି। ପ୍ଲାଷ୍ଟିକ ପ୍ରଦୂଷଣରୁ ସମୁଦ୍ରକୁ କିଭଳି ରକ୍ଷା କରାଯାଇପାରିବ, ସେହି ବାର୍ତ୍ତା ନେଇ ‘SAVE THE OCEAN’ ଶୀର୍ଷକରେ ସୁଦର୍ଶନ ଏକ ବାଲୁକା କଳା ପ୍ରସ୍ତୁତ କରିଥିଲେ। ଆଉ ତାଙ୍କର ଏହି ବାଲୁକା କଳାକୁ ବେଶ୍ ପ୍ରଶଂସା କରାଯାଇଥିଲା। ଜୁଲାଇ ୨୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଚାମ୍ପିଅନ୍‌ଶିପ୍ ଗତକାଲି ଉଦ୍‌ଯାପିତ ହୋଇଥିଲା। ଏହି ପ୍ରତିଯୋଗିତାରେ ବିଶ୍ୱର ୧୫ଟି ଦେଶର ବାଲୁକା ଶିଳ୍ପୀ ଭାଗ ନେଇଥିଲେ।
ସୁଦର୍ଶନଙ୍କୁ ‘ପିପୁଲ୍ସ ଚଏସ୍ ଆଓ୍ୱାର୍ଡ’ ମିଳିଥିବାରୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଟ୍ୱିଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି।

Comments are closed.